ଦୁର୍ଗା ପୂଜା: ରାଜଧାନୀରେ ତୋରଣ ଓ ଆଲୋକମାଳା ମନା

ଭୁବନେଶ୍ୱର(ଏସ୍ ନ୍ୟୁଜ): କରୋନା ମହାମାରୀର ପ୍ରକୋପ କାରଣରୁ ଚଳିତ ବର୍ଷ ରାଜଧାନୀରେ ଦୂର୍ଗା ପୂଜା ନିରାଡମ୍ବର ଭାବେ ହେବ। ପ୍ରତିବର୍ଷ ନଜର ଆସୁଥିବା ଗଗନଚୁମ୍ବି ତୋରଣ ଏବଂ ଇନ୍ଦ୍ରଲୋକ ସଦୃଶ୍ୟ ଆଲୋକ ମାଳାକୁ ଏଥର ମନା। ବିଭିନ୍ନ ପୂଜା କମିଟି ସହ ଆଲୋଚନା କରି ଏ ସମ୍ପର୍କରେ ଜଣାଇଛନ୍ତି ପୋଲିସ କମିସନର ସୁଧାଶୁଂ ଷଡ଼ଙ୍ଗୀ।

ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା ଯେ କେବଳ ୧୦ ଜଣଙ୍କୁ ନେଇ ମଣ୍ଡପରେ ପୂଜା ଅନୁଷ୍ଠିତ ହେବ। ମାଇକ ବାଜିବନି କି ଭକ୍ତମାନେ କେହି ଦର୍ଶନ ଲାଗି ଆସିବେନି। ସେହିଭଳି ମୂର୍ତ୍ତିର ଉଚ୍ଚତା ୪ ରୁ ୫ ଫୁଟ ଭିତରେ ରହିବ ଏବଂ ରାବଣ ପୋଡ଼ି କି ଭସାଣ ଉତ୍ସବ ଅନୁଷ୍ଠିତ ହେବନାହିଁ। ସମାନ ଭାବେ ଏଥର ଘର ଘର ବୁଲି ପୂଜା କମିଟି ସଦସ୍ୟ ଚାନ୍ଦା ଆଦାୟ କରିପାରିବେନି। ଯିଏ ଯାହା ଖୁସିରେ ଦେଲା ତାହାକୁ ନେଇ କାମ ଚଳାଯିବ।