୭ ଦିନ ପାଇଁ ସାମୁଦ୍ରିକ ବାତ୍ୟା ଭୟ ନାହିଁ

କିନ୍ତୁ ବଡ଼ ଧରଣର ଘୂର୍ଣ୍ଣିବାତ୍ୟା ହେବାର ସମ୍ଭାବନା ନାହିଁ…..

ଭୁବନେଶ୍ୱର: ଆସନ୍ତା ୭ ଦିନ ପାଇଁ ସାମୁଦ୍ରିକ ତୋଫାନ ହେବାର ଆଶଙ୍କା ନାହିଁ ବୋଲି ରାଜ୍ୟ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଜଣାଇ ଦିଆଯାଇଛି । ପାଣିପାଗ କାର୍ଯ୍ୟାଳୟ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ମୁତାବକ ଆଗାମୀ ୭ ଦିନ ପାଇଁ ବଙ୍ଗୋପ ସାଗରରେ ଲଘୁଚାପ ହେବାର ପ୍ରଶ୍ନ ନାହିଁ । ଗତ ଗୁରୁବାର ଉତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମେ ଘନୀଭୂତ ହୋଇ ପଶ୍ଚିମ-ଉତର-ପଶ୍ଚିମ ଆଡ଼କୁ ଗତି କରିବା ସହିତ ଦୁର୍ବଳ ହୋଇଯିବ ।

ତେବେ ଅକ୍ଟୋବର ୧୭-୧୮ରେ ଉତର ଆଣ୍ଡାମାନ ସାଗର ଓ ବଙ୍ଗୋପ ସାଗରରେ ଲଘୁଚାପ ହେବାର ପୂର୍ବାନୁମାନ କରାଯାଉଥିଲେ ମଧ୍ୟ ତା’ର ପ୍ରକୋପ ସେତେ ପଡ଼ିବ ନାହିଁ । ଲଘୁଚାପ ପ୍ରଭାବରେ ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶର ଦକ୍ଷିଣ ଭାଗରେ ସାମାନ୍ୟ ବର୍ଷା ହୋଇପାରେ । କିନ୍ତୁ ବଡ଼ ଧରଣର ଘୂର୍ଣ୍ଣିବାତ୍ୟା ହେବାର ସମ୍ଭାବନା ନାହିଁ ।