ରାସ୍ତା ନାହିଁ ତ ଭୋଟ ନାହିଁ

ତିର୍ତୋଲ(ଏସ ନ୍ୟୁଜ ): ଉପନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ତିର୍ତୋଲରେ ଭୋଟ ବର୍ଜନ ଅଭିଯୋଗ । କଟରା ପଂଚାୟତର ବେଗୁନିଆ ଗାଁର ୫ଟି ୱାର୍ଡ଼ ରାସ୍ତା ସମସ୍ୟା ନେଇ ଭୋଟ ବର୍ଜନ କରିବା ପାଇଁ ଚେତାବନୀ ଦେଇଥିଲେ । ହେଲେ ଏଯାବତ ୪ଟି ୱାର୍ଡ଼ ମତଦାନ ଦେଉଥିବା ବେଳେ ୧୯ ନମ୍ବର ୱାର୍ଡ଼ ଜିଦରେ ଅଟଳ ରହିଛି । ହାଜିନଗର ୱାର୍ଡ଼ରେ ଏଯାଏଁ ମତଦାନ ହୋଇନାହିଁ । ରାସ୍ତା ନହେବା ପର୍ଯ୍ୟନ୍ତ ଭୋଟ ବର୍ଜନ କରିବେ ବୋଲି ଜିଦରେ ରହିଛନ୍ତି ଲୋକେ ।

ଗୋଟିଏ ପଟେ ଶାନ୍ତିଶୃଂଖଳାରେ ଚାଲିଛି ମତଦାନ ଚାଲିଥିବା ବେଳେ ଆଉ ଗୋଟିଏ ପଟେ ନେତାଙ୍କ ପ୍ରତିଶ୍ରୁତିକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଭୋଟର । ଗାଁର ସମସ୍ୟା ତଥା ଗାଁ ପାଇଁ ରାସ୍ତା ତିଆରି ନକଲେ ଭୋଟ୍ ଦେବୁ ନାହିଁ ବୋଲି ସିଧା ମନ କରିଦେଇଛନ୍ତି ହାଜିନଗର ଗାଁ ଲୋକେ ।