ନଭେମ୍ବରରେ ଖୋଲିବ ସ୍କୁଲ, ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର (ଏସ ନ୍ୟୁଜ ) : ନଭେମ୍ବର ମାସରେ ସ୍କୁଲ ଖୋଲିବା ନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଏନେଇ ଏସ୍ଓପି ପ୍ରସ୍ତୁତ ହେଉଥିବା କହିଛନ୍ତି ମନ୍ତ୍ରୀ ସମୀର ଦାଶ ।

ସୂଚନା ଅନୁସାରେ, ଗତକାଲି ଏନେଇ ଏକ ବିଭାଗୀୟ ବୈଠକ ବସିଥିଲା।ଏଥିରେ ପାଞ୍ଚଟି ବର୍ଗର ଅଂଶୀଦାରଙ୍କ ସହ ଆଲୋଚନା କରାଯାଇଛି। ସ୍କୁଲ ଖୋଳିବା ନେଇ ସ୍ୱତନ୍ତ୍ର ଏସ୍ଓପି ଏବେ ପ୍ରସ୍ତୁତ କରାଯାଉଛି । ଏହାପରେ ଗ୍ରାଉଣ୍ଡରେ କାମ କରୁଥିବା ଜିଲାପାଳ ଓ ଜିଲ୍ଳା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରାଯିବ।ପୂର୍ବରୁ କରୋନା ପାଇଁ 30 ପ୍ରତିଶତ ପାଠ୍ୟକ୍ରମ ହ୍ରାସ ହୋଇଛି। ଆଉ ଅଧିକ ହ୍ରାସ ହେବ ନାହିଁ। ବାକି 70 ପ୍ରତିଶତ ପାଠ୍ୟକ୍ରମ ପାଇଁ ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ ହେବ ବୋଲି ବୈଠକରେ ନିଷ୍ପତି ହୋଇଛି। ନବମରୁ ଦ୍ୱାଦଶ ଯାଏ ସମ୍ପୁର୍ଣ୍ଣ କ୍ଲାସ ହେବ। ପିଲାଙ୍କୁ ସ୍କୁଲ ଛାଡ଼ିବା ପାଇଁ ଯଦି ଅଭିଭାବକ ରାଜି ନ ହୁଅନ୍ତି, ତେବେ ଅନଲାଇନ୍ ଶିକ୍ଷା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।