ଏଣିକି ଭୁବନେଶ୍ୱରରୁ ଦୁବାଇକୁ ଉଡ଼ିବ ବିମାନ

ଭୁବନେଶ୍ୱର : ମେ’ ୧୫ରୁ ସିଧାସଳଖ ଭୁବନେଶ୍ୱରରୁ ବିମାନ ଉଡ଼ିବ ଦୁବାଇ । ସପ୍ତାହରେ ୩ଦିନ ସୋମବାର, ବୁଧବାର ଓ ଶୁକ୍ରବାର ଏହି ବିମାନ ସେବା ଚାଲିବ ବୋଲି କହିଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ଏହାଦ୍ୱାରା ଦୁବାଇ ଯାଉଥିବା ଯାତ୍ରୀ ବହୁ ମାତ୍ରାରେ ଉପକୃତ ହୋଇପାରିବେ।

କରୋନା ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦରରୁ ଆନ୍ତର୍ଜାତୀୟ ବିମାନ ଚଳାଚଳକୁ ବନ୍ଦ କରାଯାଇଥିଲା। ଏବେ ପୁଣି ଥରେ ଏହି ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୧୫ ତାରିଖରୁ ଭୁବନେଶ୍ୱରରୁ ସିଧାସଳଖ ଦୁବାଇକୁ ଉଡ଼ିବ ବିମାନ । ଏହାବାଦ ଜୁନ ୩ରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ଭୁବନେଶ୍ୱରରୁ ବ୍ୟାଙ୍କକକୁ ମଧ୍ୟ ସିଧା ସଳଖ ବିମାନ ସେବା ଆରମ୍ଭ ହେବ।