ନୃସିଂହନାଥ ରେ ନୂଆଁଖାଇ ଲଗ୍ନ ଧାର୍ଯ୍ଯ

ବରଗଡ, (ଏସ୍‌ ନ୍ୟୁଜ): ଓଡିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ବରଗଡ ଜିଲ୍ଲା ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ନୁଆଁଖାଇ ଲଗ୍ନ ଧାର୍ଯ୍ଯ ହୋଇଛି । ମନ୍ଦିର ର କୂଳ ପୁରୋହିତ ସୁନୀଲ କୁମାର ପୁରୋହିତଙ୍କ ଦ୍ବାରା ଲଗ୍ନ ସ୍ଥିର ହୋଇଛି । ଆସନ୍ତା ୧୧ ୵ ୯ ୵ ୨୧ ରିଖ ଶନିବାର ଦିନ ଅମୃତ ବେଳା ୧୧.୩୦. ମିନିଟ ଠାରୁ ୧୧.୪୫ ମିନିଟ ମଧ୍ଯ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ଓ ପାର୍ଶ୍ବ ର ଦେବାଦେବୀଙ୍କ ଠାରେ ନବାନ୍ନ ଲାଗିବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ର କାର୍ଯ୍ୟନିର୍ବାହ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଜଣାଇଛନ୍ତି ।