ଗିରଫ ହେଲେ ଓଏଏସ୍ ଅଫିସରଙ୍କ ଶଶୁର

ଭୁବନେଶ୍ୱର(ଏସ୍ ନ୍ଯୁଜ): ରାଜଧାନୀରେ ଓଏଏସ୍ ଅଫିସରଙ୍କ ଘରେ ହୋଇଥିବା ନାବାଳିକା ବଳାତ୍କାର ଘଟଣାରେ ଗିରଫ ହେଲେ ଓଏଏସ୍ ଅଫିସରଙ୍କ ଶଶୁର ।ବଳାତ୍କାର ଘଟଣାରେ ତଦନ୍ତ ଜାରି ରହିଥିବା ବେଳେ ପୋଲିସର ସ୍ୱତନ୍ତ୍ର ଟିମ୍ ଗୁରୁବାର ବିଳମ୍ବିତ ରାତିରେ ଅଫିସରଙ୍କ ଶ୍ୱଶୁର ପ୍ରଫୁଲ୍ଲ ପୃଷ୍ଟିଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଥିଲା।

ଗିରଫ ପରେ ତଦନ୍ତକାରୀ ଟିମ୍ ତାଙ୍କୁ ପଚରା ଉଚୁରା କରୁଥିବା ଜଣା ପଡିଛି।ଆସନ୍ତା କାଲି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି।ଶିଶୁ ଶ୍ରମିକ ଆଇନ ଅନୁସାରେ ଅପରାଧ ହୋଇଥିବାରୁ ଓଏଏସ୍ ଅଫିସର ପ୍ରମୋଦଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ପୃକ୍ତ ଓଏଏସ୍ ଅଫିସରଙ୍କ ଘରେ ଯେଉଁ ଦଲାଲ ନାବାଳିକାଙ୍କୁ ଆଣି  ରଖିଥିଲା ତା ଠିକଣା ମିଳିଛି।ସମ୍ପୃକ୍ତ ଦଲାଲ୍ ହେଲେ ମହଙ୍ଗା ଥାନା କୁସୁପୁର ଅଞ୍ଚଳର ବ୍ରହ୍ମାନନ୍ଦ ଜେନା। ଏହି ଘଟଣା ପଦାକୁ ଆସିବା ପରେ ବ୍ରହ୍ମାନନ୍ଦ ଫେରାର ଥିବା ସୂଚନା ମିଳିଛି।ବ୍ରହ୍ମାନନ୍ଦ କେବଳ ଓଏଏସ୍ ଅଫିସରଙ୍କ ଘରେ ନୁହେଁ ରାଜଧାନୀରେ ଏପରି ଅନେକ ବାବୁମାନଙ୍କ ଘରେ ପୁଳାପୁଳା ନାବାଳିକାଙ୍କୁ ରଖାଇଛନ୍ତି ।ଏହି କାମ କରିବା ପାଇଁ ସେ ଏଜେଣ୍ଟ ସାଜିଥିଲେ। ବାବୁମାନଙ୍କ ଘରେ ସହାୟକ ଆବଶ୍ୟକ ପଡ଼ିଲେ,ବ୍ରହ୍ମାନନ୍ଦ ଖୋଜାପଡ଼େ।ଗରିବ ଘରର ନାବାଳିକା ଝିଅମାନଙ୍କୁ ଆଣି ଏଠାରେ ବାବୁଙ୍କ ଘରେ କାମରେ ଲଗାଏ। ଏହି ନେଟୱର୍କରେ ଆହୁରି ଜଣେ, ଦୁଇଜଣ ମଧ୍ୟ ସାମିଲ ରହିଥିବା ଜଣାପଡିଛି।ବ୍ରହ୍ମାନନ୍ଦ ଧରା ପଡିଲେ ଆହୁରି ମଧ୍ୟ ଗୁମର ଖୋଲିବ ବୋଲି କୁହାଯାଇଛି।
 

ଅନ୍ୟପଟେ ରାଜ୍ୟ ଶିଶୁ ଅଧିକାରୀ ସୁରକ୍ଷା କମିଶନ ଘଟଣାରେ ହସ୍ତକ୍ଷେପ କରିବା ଆଇନ ଅନୁଯାୟୀ ଓଏଏସ୍ ଅଫିସରଙ୍କ ବିରୋଧରେ କଠୋର କଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଶ୍ରୀମତୀ ପ୍ରଧାନ।