ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ରାଜ୍ୟରେ ବଡ ଆଇଏଏସ୍‌ ସ୍ତରରେ ଅଦଳବଦଳ ହୋଇଛି । ରାଜ୍ୟ ସରକାର ଏହି ବଦଳି କରାଇଛନ୍ତି । ଏଥିରେ ଅର୍ଥ ସଚିବ ଥିବା ଅଶୋକ ମୀନାଙ୍କୁ ପଞ୍ଚାୟତିରାଜ ସଚିବ ଦାୟିତ୍ୱ ଦିଆଯାଇଛି । ବର୍ତ୍ତମାନର ପର୍ଯ୍ୟଟନ ସଚିବ ବିଶାଲ ଦେବ ହେବେ ଅର୍ଥ ସଚିବ । ପଞ୍ଚାୟତିରାଜ ସଚିବ ଡି.କେ ସିଂହ ହେବେ ଖଣି ଓ ଇସ୍ପାତ ସଚିବ । ଖଣି ସଚିବ ସୁରେନ୍ଦ୍ର କୁମାର ହେବେ ସାଧାରଣ ପ୍ରଶାସନ ସଚିବ । ଅନ୍ୟପଟେ ସୁରେନ୍ଦ୍ର କୁମାରଙ୍କୁ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ସଚିବ ଆର୍‌ ଭିନିଲକ୍ରିଷ୍ଣାଙ୍କୁ କ୍ରୀଡା ଓ ଯୁବସେବା ବିଭାଗର ଅତିରିକ୍ତ ଦାୟିତ୍ୱ ପାଇଛନ୍ତି ।