ଦେଶର ଶ୍ରେଷ୍ଠ ୧୦ ସରକାରୀ ବିଦ୍ୟାଳୟ ତାଲିକାରେ ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ’

ଭୁବନେଶ୍ୱର(ଏସ୍ ନ୍ୟୁଜ): ଦେଶର ଶ୍ରେଷ୍ଠ ୧୦ ସରକାରୀ ସ୍କୁଲ ତାଲିକାରେ ସ୍ଥାନ ପାଇଛି ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ’ । ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଶ୍ରେଷ୍ଠ ୧୦ଟି ସ୍କୁଲ ତାଲିକାରେ ୫ମ ସ୍ଥାନ ମିଳିଛି। ସେହିପରି ଆବାସିକ ବର୍ଗରେ ବଲାଙ୍ଗୀର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଥରଚେପା ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ୫ମ ସ୍ଥାନ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଢାଞ୍ଚାରେ ଓଡ଼ିଶାର ପିଲାମାନଙ୍କୁ ଶିକ୍ଷା ଦିଆଯିବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୫ ସେପ୍ଟେମ୍ବର ୧୯ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଗୁଣାତ୍ମକ ଶିକ୍ଷା ପାଇଁ ଏବେ ରାଜ୍ୟର ୩୧୪ଟି ବ୍ଲକରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ଗଢ଼ି ଉଠିଛି।