ଭୁବନେଶ୍ୱର(ଏସ୍ ନ୍ୟୁଜ): ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । କୋଭିଡ କଟକଣା ଭିତରେ ସାଢେ ୪ ଘଣ୍ଟା ଚାଲିବ ଗୃହ । ଗୃହ ଆରମ୍ଭରେ ପୂର୍ବତନ ବାଚସ୍ପତି ଶରତ କରଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଦିବଂଗତ ବିଧାୟକ ଓ କୋଭିଡ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଶୋକ ପ୍ରସ୍ତାବ ଆଗତ ପରେ ଗୃହ ଅପରାହ୍ଣ ୩ଟା ଯାଏଁ ମୁଲତବୀ ରଖାଯାଇଛି ।
ଅନ୍ୟପଟେ ଅପରାହ୍ଣରେ ୨୦୨୦-୨୧ ବର୍ଷର ଅତିରିକ୍ତ ବଜେଟ୍ ଆଗତ ହେବ ବୋଲି ସୂଚନା ମିଳିଛି ।