ବିଧାନସଭା କରୋନା ଟେଷ୍ଟ ରିପୋର୍ଟ-: ୧୩୬ ଜଣ ପଜିଟିଭ

ଭୁବନେଶ୍ୱର(ଏସ୍ ନ୍ୟୁଜ): ମୌସୁମୀ ଅଧିବେଶନକୁ ନେଇ ବିଧାନସଭା ପରିସରରେରେ କରାଯାଇଥିବା କରୋନା ଟେଷ୍ଟ ରିପୋର୍ଟ ଆସିଛି । ପରୀକ୍ଷା ହୋଇଥିବା ୭୫୭ ଜଣଙ୍କ ମଧ୍ୟରୁ ୧୩୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକଙ୍କ କରୋନା ଟେଷ୍ଟ ହୋଇଥିଲା । ବର୍ତ୍ତମାନ ବିଧାନସଭା ବିଶୋଧନ କରାଯାଇ ଅଧିବେଶନ ଆରମ୍ଭ କରାଯିବ ।

୨୯ ତାରିଖରେ ବିଧାନସଭା ଅଧିବେଶନ ହେବାକୁଥିବା ବେଳେ ପରିସରରେ କରୋନା ପରୀକ୍ଷା ନେଇ ନମୁନା ସଂଗ୍ରହ କରାଯାଇଥିଲା । ପ୍ରଥମ ଦିନରେ ୭୫୭ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା । ବିଧାନସଭା ପରିସରରେ ୬ଟି କାଉଣ୍ଟରରେ ନମୁନା ପରୀକ୍ଷା ବ୍ୟବସ୍ଥା ହୋଇଥିଲା । ପ୍ରଥମ ଦିନରେ ୭୫୭ ଜଣ ବିଧାନସଭା କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ନମୁନା ସଂଗ୍ରହ ହୋଇଥିଲା ।

ସେହିପରି ବାଚସ୍ପତିଙ୍କ ସମେତ ୨୦ ଜଣ ବିଧାୟକଙ୍କର ମଧ୍ୟ ପ୍ରଥମ ଦିନରେ ନମୁନା ସଂଗ୍ରହ ହୋଇଛି । ବର୍ତ୍ତମାନ ପୁଣି କରୋନା ପରୀକ୍ଷା ସହ ସୋମବାର ବିଧାନସଭା ପରିସରକୁ ବିଶୋଧନ କରାଯିବ ।