ଭୁବନେଶ୍ୱର( ଏସ୍ ନ୍ୟୁଜ ): ପରୀ ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଓଡ଼ିଶା ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ । ସାଢ଼େ ୪ କୋଟିଙ୍କ ଭିତରେ ଆସୁନାହାଁନ୍ତି କି ‘ପରୀ’ ବୋଲି ନବୀନଙ୍କୁ ପ୍ରଶ୍ନ କରିଛନ୍ତି ଓଡ଼ିଶା ବିଜେପି ପ୍ରଭାରୀ। ଏପରିକି ଏହି ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ନେଇ କହିଛନ୍ତି- ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି ମନ୍ତ୍ରୀ ।ସାଢ଼େ ୪ କୋଟିଙ୍କ ଭିତରେ ଆସୁନାହାଁନ୍ତି କି ‘ପରୀ’ ପରିବାର ସେହିପରି ଆଇନ ଶୃଙ୍ଖଳା, ଦୁର୍ନୀତି, ପାନୀୟ ଜଳ ଯୋଗାଣ, ଜଳସେଚନ, ଆୟୁଷ୍ମାନ ଯୋଜନା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ । ଓଡ଼ିଶାରେ ସୁଶାସନ ନୁହେଁ କୁଶାସନ ଚାଲିଛି ବୋଲି ଅଭିଯୋଗ କରିଛନ୍ତି ।
ସେହିପରି ଶାସନ କାଳରେ ଅଫିସରଙ୍କ ଦବଦବାକୁ ନେଇ ରାଜ୍ୟବାସୀ କୌଣସି ଅଫିସରଙ୍କ ନିର୍ବାଚିତ କରିନାହାଁନ୍ତି ବୋଲି କହିଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି- କାହିଁକ ରାଜ୍ୟ ଯୋଜନାରେ ସାମିଲ ହେଉନାହିଁ । ଓଡ଼ିଶାବାସୀଙ୍କ ମଙ୍ଗଳ ଚାହୁଁନାହାଁନ୍ତି କି ବୋଲି ପ୍ରଶ୍ନ କରିଛନ୍ତି । କାଳିଆ ଯୋଜନାକୁ ନେଇ ସେ କହିଛନ୍ତି-କେନ୍ଦ୍ର ସରକାରଙ୍କ ଭଳି କାହିଁକି ଚାଷୀଙ୍କ ଖାତାକୁ ଟଙ୍କା ଆସୁନି । ଚାଷୀଙ୍କ ପାଖରେ ଚାଷୀଙ୍କ ସଠିକ୍ ସଂଖ୍ୟା କାହିଁକି ନାହିଁ ବୋଲି ପ୍ରଶ୍ନ କହିଛନ୍ତି ।