ଓଡ଼ିଶା ସିଭିଲ୍‌ ସର୍ଭିସ୍‌ (ଓସିଏସ୍‌) ୨୦୨୦ ଫଳ ପ୍ରକାଶ

କଟକ: ଆଜି ଓଡ଼ିଶା ସିଭିଲ୍‌ ସର୍ଭିସ୍‌ (ଓସିଏସ୍‌) ୨୦୨୦ ଫଳ ପ୍ରକାଶ ପାଇଛି । ୩୯୨ ଜଣ କୃତକାର୍ଯ୍ୟ ହୋଇଛନ୍ତି । ତେଜସ୍ୱିନୀ ବେହେରା ଓଏଏସ୍‌ ଟପର୍‌ ହୋଇଛନ୍ତି । କୃତି ହାସଲ କରିଥିବା ୩୯୨ ଜଣ ଛାତ୍ରଛାତ୍ରୀଙ୍କ ଭିତରୁ ୧୪୮ ଜଣ ଛାତ୍ରୀ ଅଛନ୍ତି । ଏପରିକି ଶ୍ରେଷ୍ଠ ତିନିଟି ସ୍ଥାନକୁ ଛାତ୍ରୀମାନେ ଦଖଲ କରିଛନ୍ତି । ଟପର୍‌ ବେହେରାଙ୍କୁ ବାଦ୍‌ ଦେଲେ ଦ୍ୱିତୀୟ ସ୍ଥାନରେ ଶୁଭଙ୍କରୀ ସୁଦେଷ୍ଣା ଦାସ ଓ ତୃତୀୟ ସ୍ଥାନରେ ଅନନ୍ୟା ସୃଷ୍ଟି ଶତପଥୀ ଅଛନ୍ତି ।

ଚତୁର୍ଥ ସ୍ଥାନରେ ଅଛନ୍ତି ଦେବବ୍ରତ କର ଓ ପଂଚମରେ ଅଛନ୍ତି ଦେବବ୍ରତ ମହାରଣା । ଟପ୍‌ ୧୦ ଜଣଙ୍କ ଭିତରେ ୭ ଜଣ ଛାତ୍ରୀ ଓ ତିନିଜଣ ଛାତ୍ର ଅଛନ୍ତି । ଷଷ୍ଠ ସ୍ଥାନରେ ଅଭିସ୍ମିତା ତିୱାରୀ, ଶୁଭଶ୍ରୀ ରଥ ସପ୍ତମରେ ଓ ଶ୍ରୀତପା ମିଶ୍ର ଅଷ୍ଟମ ସ୍ଥାନ ଦଖଲ କରିଛନ୍ତି । ବିବେକାନନ୍ଦ ଷଡ଼ଙ୍ଗୀଙ୍କୁ ନବମ ଓ ତପତୀ ରାଜଙ୍କୁ ଦଶମ ସ୍ଥାନ ମିଳିଛି ।
ତା’ ପଛକୁ ପଛ ଅଛନ୍ତି ପଙ୍କଜ କୁମାର ମହାନ୍ତ, ତନ୍ମିତା କର, ଅଭିଜିତ ଷଡ଼ଙ୍ଗୀ, କସ୍ତୁରୀ ପଣ୍ଡା, ବିଭୁ ପ୍ରସାଦ ସିଂହ, ବିଶ୍ୱଜିତ ପଣ୍ଡା, ହରପ୍ରିୟା ପୃଷ୍ଟି, ରାମକୃଷ୍ଣ ସତ୍ୟରାଜ ଗୁରୁ, ଅଣାକାର ନାୟକ ଓ ଲିତୁସ୍ମିତା ମିଶ୍ର । ପ୍ରତିଯୋଗୀମାନେ ବିଜ୍ଞାପନ ନମ୍ବର ୦୭/୨୦୨୦-୨୧ ଅନୁସାରେ ଆବେଦନ କରିଥିଲେ ।