ଭୁବନେଶ୍ୱର, (ଏସ୍ ନ୍ୟୁଜ): କରୋନା ଟେଷ୍ଟରେ ଓଡ଼ିଶାର କରିଛି ରେକର୍ଡ । କୋଭିଡ ଟେଷ୍ଟରେ ମାଇଲଖୁଣ୍ଟ ସ୍ଥାପନ କରିଛି ଓଡ଼ିଶା । ରାଜ୍ୟରେ ୧.୫ କୋଟିରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି, ସ୍ୱାସ୍ଥ୍ୟକର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଅଧିକ ଟେଷ୍ଟିଂ ଓଡ଼ିଶାକୁ କୋଭିଡ୍ ବିରୋଧୀ ଯୁଦ୍ଧରେ ଶକ୍ତିଶାଳୀ କରିଛି । ରାଜ୍ୟରେ ଦିନିକ ୭୦ ହଜାରରୁ ଅଧିକ କୋଭିଡ୍ ଟେଷ୍ଟିଂ ହେଉଛି ।