ତେଲରୁ ୬୭୫ ଓ ମଦରୁ ୧୬୮ କୋଟି ଟଙ୍କା ଓଡିଶାର ରାଜସ୍ୱ ସଂଗ୍ରହ

ନୂଆଦିଲ୍ଲୀ: ଦେଶରେ ନଭେମ୍ବରରେ ପେଟ୍ରୋଲ୍‌-ଡିଜେଲ୍‌ ଉପରେ ଲଗାଯାଇଥିବା ଟିକସରୁ ଓଡିଶା ସରକାର ୬୭୫.୯୩ କୋଟି ଟଙ୍କାଓ ମଦରୁ ରାଜ୍ୟ ସରକାର ୧୬୮.୫୨ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିଛନ୍ତି । ଉଭୟ ପେଟ୍ରୋଲିୟମ୍‌ ସାମଗ୍ରୀ ଓ ମଦରୁ କେନ୍ଦ୍ର ସରକାର ଭାଟ୍‌ ସୂତ୍ରରେ ୮୪୪.୪୫ କୋଟି ଟଙ୍କା ସଂଗ୍ରହ କରିଛନ୍ତି । ଚଳିତ ବର୍ଷ ନଭେମ୍ବରରେ ରାଜ୍ୟରେ ୪,୧୩୬ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଛି ଯାହା ଗତବର୍ଷ ଏହି ମାସରେ ହୋଇଥିବା ୨୫୨୮ କୋଟି ଟଙ୍କା ତୁଳନାରେ ୬୪% ଅଧିକ । ଚଳିତ ବର୍ଷ ନଭେମ୍ବରରେ ୧୧୫୭.୬୯ କୋଟି ଟଙ୍କା ଓଡିଶା ଜିଏସଟି (ଓଜିଏସ୍‌ଟି), ୧୦୦୧.୦୮ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସଟି, ୧୨୨୩.୨୪ କୋଟି ଟଙ୍କାର ସମନ୍ୱିତ ଜିଏସଟି ଓ ୭୫୩.୭୭ କୋଟି ଟଙ୍କାର ସେସ୍‌ ସଂଗ୍ରହ କରାଯାଇଛି ।

କ୍ରମାଗତ ତୃତୀୟ ମାସ ଲାଗି ବଡ ରାଜ୍ୟଗୁଡିକ ମଧ୍ୟରେ ଜିଏସ୍‌ଟି ସଂଗ୍ରହରେ ଓଡିଶା ସର୍ବାଧିକ ଅଭିବୃଦ୍ଧି ହାସଲ କରିଛି । ବାଣିଜ୍ୟ କର ଓ ଜିଏସ୍‌ଟି କମିସନରେଟ୍‌?ଙ୍କ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ନଭେମ୍ବର ସୁଦ୍ଧା ଓଡିଶାରେ ମୋଟ ୨୮,୦୩୨.୯୮ କୋଟି ଟଙ୍କାର ଜିଏସ୍‌?ଟି ସଂଗ୍ରହ ହୋଇଛି ଯାହା ଗତବର୍ଷ ଏହି ସମୟରେ ହୋଇଥିବା ୧୭,୨୨୯.୨୬ କୋଟି ଟଙ୍କା ତୁଳନାରେ ୬୨.୭୧ ପ୍ରତିଶତ ଅଧିକ ।

ଏହି ଅଭିଯାନରେ ୩୧,୦୯୦ ନୂଆ ଟିକସଦାତାଙ୍କୁ ଜିଏସ୍‌ଟି ପରିସରରେ ସାମିଲ କରାଯାଇଛି । ନଭେମ୍ବର ମାସରେ ଭୁବନେଶ୍ୱର, କଟକ, ଝାରସୁଗୁଡା, ଗଞ୍ଜାମ ଓ ବାଲେଶ୍ୱରରେ ଜୋନ୍‌ ସ୍ତରୀୟ ସମୀକ୍ଷା ହୋଇଥିଲା । କାଗଜପତ୍ରକୁ ଟିକ୍‌ ଭାବେ ରଖିବା ଏବଂ ରିଟର୍ଣ୍ଣର ଯାଂଚ, ଚାହିଦା ଓ ରିକଭରି ପାଇଁ ରହିଥିବା ବିଧିବ୍ୟବସ୍ଥାକୁ ଠିକ୍‌ ଭାବେ ପାଳନ କରିବା ଲାଗି ରାଜ୍ୟ ଜିଏସ୍‌ଟି କମିସନର ସୁଶିଲ ଲୋହାନି ବୌଠକରେ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ