ଭାରତମାଳା ଯୋଜନାରେ ନିର୍ମାଣ ହେବାକୁ ଯାଉଥିବା କୋଷ୍ଟାଲ ହାଇୱେ ରାଜ୍ୟର ସମୁଦ୍ରତଟବର୍ତୀ ଠାରୁ ୪୦୦ କି.ମି. ଲମ୍ବରେ ହେବ । ଏଥିପାଇଁ ଚାଷୀମାନେ ନଦୀ ଅବବାହିକା ଓ ଡେଲଟା ଅଚଂଳରେ ଥିବା ଲକ୍ଷାଧିକ ହେକ୍ଟର ଉର୍ବର ଜମି ହରାଇବେ । ଅତି ଉର୍ବର ଚାଷ ଜମିରେ ହାଇୱେ ଓ ତାର ଦୁଇ ପାଶ୍ୱର୍ରେ ନନଜୁରୀ ଜମି ଏ ସମସ୍ତ ଜମି ହରାଇବାକୁ ପଡ଼ିବ । କାହା ସ୍ୱାର୍ଥରେ ନା ବେପାରୀଙ୍କ ପରିବହନ ପାଇଁ ଏହା ଉଦ୍ଦିଷ୍ଟ? ଏହା କାର୍ଯ୍ୟକାରୀ କରିବାକୁ ଗଲାବେଳେ ଭାଜପା ନେତାମାନେ ମନେ ରଖିବା ଉଚିତ ଯେ ଅଟଳ ବିହାରୀ ବାଜପେଇଙ୍କ ନଦୀ ସଂଯୋଜକୀକରଣ ଯୋଜନା ହୋଇପାରିଲା ନାହିଁ ।
କୋଷ୍ଟାଲ ହାଇୱେ ବଦଳରେ କୋଷ୍ଟ କେନାଲ ଖୋଳାଇଲେ ରାଜ୍ୟ ଓ ରାଜ୍ୟବାସୀଙ୍କ ବହୁମୁଖି ଉପକାର ଆସିବ । ସମୁଦ୍ରକୁ ବର୍ଷକ ଭିତରେ ୫୭% ବର୍ଷାଜଳ ବୋହି ନଯାଇ ଏହି କେନାଲରେ ରହିବ । ଲୁଣାପାଣିର କୁ ପ୍ରଭାବରୁ ଲକ୍ଷଲକ୍ଷ ହେକ୍ଟର ଚାଷଜମିକୁ ରକ୍ଷା ମିଳିବ । ସବୁ ବଡ଼ କେନାଲରେ ଶେଷଭାଗ ଜମିକୁ ଜଳ ମାଡ଼ନୁଥିବା ସଂକଟରୁ ଚାଷୀକି ଓ ଚାଷକୁ ରକ୍ଷା କରିବ । ତଟବର୍ତୀର ସମସ୍ତ ବନ୍ଦର ଓ ସହରକୁ ପାନୀୟ ଜଳ ଯୋଗାଇହେବ କେନାଲର ଦୁଇ ପାଶ୍ୱର୍ରେ ଦୁଇଗୋଟି ରାସ୍ତା ପର୍ଯ୍ୟଟନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବ । ଏଥିରେ ଲକ୍ଷ ଲକ୍ଷ ରୋଜଗାର ସୃଷ୍ଟି କରିବ । କେନାଲରେ କଂଟେନର ପରିବହନ ସୁଗମ ହେବ । ତଟବର୍ତୀ ପରିବେଶରେ କ୍ଷତି ହେବ ନାହିଁ । ଏସବୁକୁ ଅନୁଧ୍ୟାନ ନକରି କେଉଁ ଭାବରେ ଓ କାହିଁକି ରାଜ୍ୟବାସୀଙ୍କୁ କ୍ଷତି ପହଂଚାଇବାର ଉଦ୍ୟମ କେନ୍ଦ୍ର ସରକାର କାହିଁକି କରୁଛନ୍ତି ଓ ଏଥିରେ ରାଜ୍ୟ ସରକାର ସହଯୋଗ କରୁଛନ୍ତି କାହିଁକି ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ଓ ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନଗୋ ପ୍ରଶ୍ନ ଉଠାଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ରାଜ୍ୟର ସନ୍ତାନ କାହା ସ୍ୱାର୍ଥରେ ରାଜ୍ୟର ଏପରି କ୍ଷତି ଘଟାଇବାକୁ ଯାଉଛନ୍ତି, ଲକ୍ଷ ଲକ୍ଷ ଚାଷୀ ଜମି ହରାଇବେ । ରାଜ୍ୟ ଚାଷଜମି ହରାଇବ । ରାଜ୍ୟ ସରକାର ମଧ୍ୟ କେଉଁ ସ୍ୱାର୍ଥରେ ଗ୍ରହଣ କରିଛନ୍ତିି ବୋଲି ଶ୍ରୀ କାନୁନଗୋ ପ୍ରଶ୍ନ କରିଛନ୍ତି ।
Prev Post
Next Post