ଭୁବନେଶ୍ବର( ଏସ୍ ନ୍ଯୁଜ ): ରାଜ୍ୟ ସରକାରଙ୍କ ଯୋଗାଇବେ ‘ଫାଭିପିରାଭିର’ ଔଷଧ । ପ୍ରଥମ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର ଓ ପୁରୀକୁ ଏହା ଯୋଗାଇଦିଆଯିବ । ହୋମ ଆଇସୋଲେସନରେ ଥିବା ରୋଗୀ ଏହାକୁ ଦିଆ ଯିବ । ଡାକ୍ତରଙ୍କ ପରାମର୍ଶ କ୍ରମେ ଏହି ଔଷଧ ଖାଇପାରିବେ । ଏନେଇ ସୂଚନା ଦେଇଛନ୍ତି ଡାକ୍ତର ଜୟନ୍ତ ପଣ୍ଡା ।

ତେବେ ରୋଗୀ କରୋନା ପଜେଟିଭ ଚିହ୍ନଟ ହେବାର ପ୍ରଥମ ଦିନରୁ ହିଁ ଫାଭିପିରାଭିର ବଟିକା ଦିଆଯିବ । ପ୍ରଥମ ଦିନ ସକାଳେ ୯ଟା ଓ ରାତିରେ ୯ଟା ଫାଭିପିରାଭିର ବଟିକା ଖାଇବେ । ଦ୍ୱିତୀୟରୁ ପଞ୍ଚମ ଦିନ ମଧ୍ୟରେ ସକାଳେ ୪ଟା ଓ ରାତିରେ ୪ଟା ବଟିକା ଖାଇବେ । ଏହାର ପାଶ୍ୱର୍ପ୍ରତିକ୍ରିୟା ଦେଖାଗଲେ ଡାକ୍ତରଙ୍କୁ ପରାମର୍ଶ କରିବେ । ଏନେଇ ପୂର୍ବରୁ ଏସଓପି ଜାରି କରିଥିଲା ସ୍ୱାସ୍ଥ୍ୟ ବିଭାଗ । ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନ ଓ ସିଡିଏମଓଙ୍କୁ ଚିଠି ଲେଖି କୁହାଯାଇଛି, ଘରୋଇ ସଂଗରୋଧରେ ଥିବା କରୋନା ଆକ୍ରାନ୍ତ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶରେ ଖାଇ ପାରିବେ ଫାଭିବିରାଭିର୍ ।