ମନ୍ଦିର ଖୋଲିବା ନେଇ ୨୫ରେ ହେବ ଶୁଣାଣି

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗରେ ହାଇକୋର୍ଟରେ ଦାଖଲ ମାମଲାର ଶୁଣାଣି ଘୁଞ୍ଚିଛି। ସମସ୍ତ ପକ୍ଷଭୁକ୍ତଙ୍କୁ ଜବାବ ଦାଖଲ ପାଇଁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ଆସନ୍ତା 25 ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ହେବ।

ସୂଚନାଯୋଗ୍ୟ, ପୂର୍ବରୁ କେନ୍ଦ୍ର ସରକାର ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇସାରିଛନ୍ତି। କିନ୍ତୁ ରାଜ୍ୟ ସରକାର କୋଭିଡ଼ କଟକଣା ଯୋଗୁଁ ଖୋଲିବା ଅନୁମତି ଦେଉନାହାନ୍ତି। ଏହାକୁ ଚ୍ୟାଲେଞ୍ଜ କରି ଓଡ଼ିଶା ହାଇକୋର୍ଟରେ ରୁଜୁ ହୋଇଛି ଜନ ସ୍ୱାର୍ଥ ମାମଲା।

ଅନ୍ୟପଟେ ସେବାୟତ ଓ ପୂଜାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏନେଇ ହାଇକୋର୍ଟରେ ନିଜର ପକ୍ଷ ରଖିଛନ୍ତି ରାଜ୍ୟ ସରକାର। ଆର୍ଥିକ ସହାୟତା ପାଇଁ କେନ୍ଦ୍ରାପଡାର ବଳଦେବଜୀଉ ମନ୍ଦିର ଏବଂ କାକଟପୁର ମଙ୍ଗଳା ମନ୍ଦିରର ସେବାୟତଙ୍କ ପକ୍ଷରୁ ଏହି ମାମଲା ଦାଏର କରାଯାଇଥିଲା।