ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୪ରୁ ୫ଦିନ ଯାଏ ତାପମାତ୍ରା ଅଧିକ ରହିବ । ଫଳରେ ରାଜ୍ୟରେ ଉତ୍ତାପ ଗରମ ବଢିବ । ଏନେଇ ପାଣିପାଗ ବିଭାଗ ଆକଳନ କରିଛି । ସୂଚନା ଅନୁସାରେ ୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବାରିପଦା, ଝାରସୁଗୁଡ଼ା, ସମ୍ବଲପୁର, ହୀରାକୁଦ, ତାଳଚେର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାର ୪୦ଡିଗ୍ରୀ ଉପରେ ତାପମାତ୍ରା ରହୁଛି । ସେହିପରି ଟିଟିଲାଗଡ, ସୋନପୁର, ଅନୁଗୁଳ ଓ ଭବାନୀପାଟଣାରେ ତାପମାତ୍ରା ଅଧିକ ରହିଛି । ତେବେ ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟରେ ତାପମାତ୍ରା ଅଧିକ ରହିବ ବୋଲି ଆଶା କରାଯାଉଛି ।