ଓଡିଶାକୁ ନାହିଁ ବାତ୍ୟାର ପ୍ରଭାବ

ନୂଆଦିଲ୍ଲୀ : ଘୁର୍ଣ୍ଣିବଳୟ ପ୍ରଭାବରେ ଭାରତ ମହାସାଗର ଏବଂ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପୁର୍ବ-ଉତ୍ତର-ପୁର୍ବ ଦିଗକୁ ଗତି କରି ୧୯ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନରେ ଏକ ୱେଲମାର୍କ ଲୋ-ପ୍ରେସର ରୂପନେବ । ଏହା ପରେ ଲଘୁଚାପ କ୍ରମେ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ମାର୍ଚ୍ଚ ୨୦ ସକାଳ ସୁଦ୍ଧା ଡିପ୍ରେସନ ଏବଂ ୨୧ ମାର୍ଚ୍ଚରେ ବାତ୍ୟାର ରୂପ ନେବ । ବାତ୍ୟା ଆକାରରେ ୨୩ ସଂଧ୍ୟାରେ ବାଂଲାଦେଶ ମିଆଁମାର ଉପକୂଳ ଅତିକ୍ରମ କରିବ । ଭାରତୀୟ ପାଣିପାଗ କେନ୍ଦ୍ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ତେବେ ଏହି ବତ୍ୟାର କୌଣସି ପ୍ରଭାବ ଓଡିଶା ଉପରେ ପଡିବ ନାହିଁ ବୋଲି ସେ କହିଛନ୍ତି । ଏହା ପ୍ରଭାବରେ ଓଡିଶାରେ ବର୍ଷା କି ପବନ ହେବ ନାହିଁ । ବର୍ତ୍ତମାନ ରାଜ୍ୟରେ ତାତିର ପ୍ରଭାବ ବଢିବାରେ ଲାଗିଛି । ଗତକାଲି ଅନୁଗୁଳରେ ଓଡିଶାର ସବୁଠୁ ଉତପ୍ତ ସହର ପାଲଟିଥିଲା । ଏଠାରେ ୩୯.୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା । ୧୩ସ୍ଥାନରେ ୩୮ଡ଼ିଗ୍ରୀ ଉପରେ ତାପମାତ୍ରା ରହିଥିଲା । ୧୮ ତାରିଖ ଯାଏଁ ରାଜ୍ୟର କିଛି ଜିଲ୍ଲାର ଗ୍ରେୀଷ୍ମ-ପ୍ରବାହ ସମ୍ଭାବନା ରହିଛି ।