ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ୧୨ ସ୍ଥାନରେ ୧୨ ଡିଗ୍ରୀ ତଳେ ରହିଛି ତାପମାତ୍ରା । ଫୁଲବାଣୀ ସବୁଠୁ ଥଣ୍ଡା ସହର ହୋଇଥିବା ବେଳେ ରାତ୍ରି ତାପମାତ୍ରା ସର୍ବନିମ୍ନ ୭.୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ୦.୨ରୁ ୨.୭ ରାତ୍ରି ତାପମାତ୍ରା ତଳକୁ ଖସିଥିବା ବେଳେ ଉପକୂଳ ଓଡ଼ିଶାରେ ଅଧିକାଂଶ ସ୍ଥାନରରେ ୦.୨ ରୁ ଏକ ଡିଗ୍ରୀ ଯାଏଁ ରାତ୍ରୀ ତାପମାତ୍ରା ବୃଦ୍ଧି ଘଟିଛି ।
ସେହିପରି ଫୁଲବାଣୀ ୭.୦ ଡ଼ିଗ୍ରୀ, ଦାରିଙ୍ଗବାଡ଼ି ୭.୫ ଡ଼ିଗ୍ରୀ, କୋରାପୁଟ ୭.୫ ଡ଼ିଗ୍ରୀ, ସୁନ୍ଦରଗଡ ୯.୫ ଡିଗ୍ରୀ, ଟିଟିଲାଗଡ଼ ୯.୮ ଡିଗ୍ରୀ, ଭବାନୀପାଟଣା ୧୦, ସୋନପୁର ୧୦.୫ଡିଗ୍ରୀ, କଉଁଝର ୧୧, ବଲାଙ୍ଗିର ୧୧, ଅନୁଗୁଳ, ମାଲକାନଗିରି ୧୧.୫ ଡିଗ୍ରୀ ଚାନ୍ଦବାଲି ୧୧.୬ ଡ଼ିଗ୍ରୀ ରହିଛି । ଅନ୍ୟପକ୍ଷରେ ଓଡିଶା ଉପରେ କୌଣସି ନିର୍ଦ୍ଧିଷ୍ଟ ପାଣିପାଗର ପ୍ରଭାବ ନାହିଁ । ତେବେ ଉତ୍ତର ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହିତ ହେଉଥିବା ବେଳେ ଏହା ପ୍ରଭାବରେ ଆଗାମୀ ୫ଦିନ ଯାଏଁ ରାତ୍ରୀ ତାପମାତ୍ରା କମ ରହିବାର ସମ୍ଭାବନା ରହିଛି ।