ଭୁବନେଶ୍ୱର: ଆଉ କିଛିଦିନ ପରେ ଦେଶ ପାଳନ କରିବ ୭୩ତମ ସାଧାରଣତନ୍ତ୍ର ଦିବସ । କିନ୍ତୁ ରାଜଧାନୀ ଦିଲ୍ଲୀ ରାଜପଥରେ ଏଥର ଦେଖିବାକୁ ମିଳିବନି ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଅନ୍ୟପକ୍ଷରେ ଓଡ଼ିଶା ବ୍ୟତୀତ୍ ଅନ୍ୟ ରାଜ୍ୟର ପ୍ରଜ୍ଞାପନ ମେଢ଼ ମଧ୍ୟ ବାଦ ପଡ଼ିଛି । ସେହିପରି ଏହା ବାଦ ପଡିବା ନେଇ ଓଡିଶା ପକ୍ଷରୁ କୌଣସି ପ୍ରତିବାଦ କରାଯାଇନାହିଁ । ବଡ଼ କଥା ହେଲା ଗତ ଡିସେମ୍ବର ୨୩ ତାରିଖରୁ ବଦ ପଡ଼ିବା ନେଇ ଖବର ପ୍ରକାଶ ପାଇଥିଲା । ମାତ୍ର ସେତେବେଳେ କେହି ପ୍ରତିକ୍ରିୟା ରଖିଲେ ନାହିଁ । କିନ୍ତୁ ଯେତେବେଳେ ଆଉ କିଛିଦିନ ପରେ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ଅଛି ସେତେବେଳେ ଏହାକୁ ନେଇ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଛି । ଯେତେବେଳେ ଯେବେ ଅନ୍ୟ ରାଜ୍ୟ ପ୍ରତିବାଦ କଲେ ସେତେବେଳେ ଆମର ପ୍ରତିବାଦ କରିବା ମନେ ପଡିଲା ।
ସୂଚନା ଅନୁଯାୟୀ ଆସନ୍ତା ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ ସାମିଲ ହୋଇଥାନ୍ତା ଓଡ଼ିଶାର ପ୍ରଜ୍ଞାପନ ମେଢ । ସବୁବର୍ଷ ପରି ଏଥର ବି ବହୁ ଆଗରୁ ବୈଠକ ବସିଥିଲା । ଏଥିରେ ସ୍ୱାଧୀନତା ଓ ସଂଗ୍ରାମୀଙ୍କ କାହାଣୀ ଏବଂ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସ୍ୱାଧୀନତାର କାହାଣୀକୁ ନେଇ ବିଭିନ୍ନ ମଡେଲ କରିବାକୁ କୁହାଯାଇଥିଲା । ଏହାସହ ବିଭିନ୍ନ ସଂସ୍ଥା ତରଫରୁ ରାଜ୍ୟ ସରକାରଙ୍କ ସହାୟତାରେ ୬ଟି ମଡେଲ ଉପସ୍ଥାପନ କରାଯାଇଥିଲା । ପ୍ରଥମ ୩ଟି ବୈଠକରେ ମଡେଲର ଟୁଡି ଡିଜାଇନ୍ ଉପସ୍ଥାପନ କରାଯାଇଥିଲା । ସେଥିରେ ୬ଟିରୁ ୫ଟି ମଡେଲ କାଟ୍ ଖାଇ ଗୋଟିଏ ମଡେଲକୁ ସାମାନ୍ୟ ପରିବର୍ତ୍ତନ ସହ ଉପସ୍ଥାପନ କରିବାକୁ କୁହାଯାଇଥିଲା । ଏହି ମଡେଲଟି ଥିଲା ‘ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁ । ପୂର୍ବରୁ ୨୦୧୮-୧୯ରେ ଦିଲ୍ଲୀରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଗଡ଼ିନଥିଲା । ସେହିପରି ୨୦୨୧ରେ ମଧ୍ୟ ଏହି ମେଢ଼ ପ୍ରସ୍ତୁତି ପାଇଁ ଓଡ଼ିଶା ସୁଯୋଗ ପାଇନଥିଲା ।