ପୁଣି ୪୨୩୭ ପଜିଟିଭ୍ ଚିହ୍ନଟ, ୧୫ ମୃତ

ଭୁବନେଶ୍ୱର(ଏସ୍ ନ୍ୟୁଜ): ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ନୂଆ ୪୨୩୭ କରୋନା ଆକ୍ରାନ୍ତ। ସଙ୍ଗରୋଧ କେନ୍ଦ୍ରରୁ ୨୪୮୫ ଜଣ ବାହାରିଥିବା ବେଳେ ୧୭୫୨ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏହାବାଦ ରାଜ୍ୟରେ ପୁଣି ୧୮ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୭, କଟକରୁ ୫୭୭, ପୁରୀରୁ ୨୧୯, ଝାରସୁଗୁଡ଼ାରୁ ୨୦୫, ଯାଜପୁରରୁ ୨୦୧, ଜଗସିଂପୁରରୁ ୧୭୩, ବାଲେଶ୍ୱରରୁ ୧୬୧ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳରୁ ସର୍ବାଧିକ ୧୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୯୨ ହଜାର ୫୪୮ ଛୁଇଁଛି।

ସେହିପରି ରାଜ୍ୟରେ ପୁଣି ୧୫ ଜଣଙ୍କ କରୋନାରେ ପ୍ରାଣହାନୀ ହୋଇଛି। ଭୁବନେଶ୍ୱରରୁ ସର୍ବାଧିକ ୪ ଜଣ, ମୟୁରଭଞ୍ଜ ଓ ପୁରୀରୁ ୨ ଜଣ ଲେଖାଏଁ ଏବଂ ନୂଆପଡ଼ା, ନୟାଗଡ଼, ଢେଙ୍କାନାଳ, କନ୍ଧମାଳ, ମାଲକାନଗିରି, କଟକ ଓ ବାଲେଶ୍ୱରରୁ ଜଣେ ଲେଖାଁଏ ଆକ୍ରାନ୍ତଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୩୬କୁ ବୃଦ୍ଧି ପାଇଛି।

ରାଜ୍ୟରେ ବର୍ତ୍ତମାନ ୩୮ ହଜାର ୫୪୬ ଆକ୍ଟିଭ ମାମଲା ରହିଥିବା ବେଳେ ମୋଟ ୧ ଲକ୍ଷ ୫୩ ହଜାର ୨୩୧ ଜଣ ସୁସ୍ଥଲାଭ କରିଛନ୍ତି।