ରେକର୍ଡ: ୨୪୯୬ ଆକ୍ରାନ୍ତ ଚିହ୍ନଟ, ୯ମୃତ

ଭୁବନେଶ୍ୱର (ଏସ.ନ୍ୟୁଜ): ରାଜ୍ୟରେ ଆଜି ରେକର୍ଡ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ୨୪୯୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୭୧୨୬ରେ ପହଁଚିିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୯୧ଜଣ ସଂଗରୋଧରେ ରହିଥିବା ବେଳେ ୯୦୫ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ସେହିପରି ଗତ୨୪ ଘଂଟା ମଧ୍ୟରେ ୯ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩୩କୁ ବୃଦ୍ଧି ପାଇଛି । ୯ ମୃତକଙ୍କ ମଧ୍ୟରୁ ସମ୍ବଲପୁର ଜିଲ୍ଲାରୁ ୪ ଜଣ, କଟକ ଜିଲ୍ଲାରୁ ୨ ଜଣ, ଗଞ୍ଜାମ, କେନ୍ଦୁଝର, ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୨ଜଣ, ବାଲେଶ୍ୱର ଜିଲ୍ଲାରୁ ୧୬୫ଜଣ, ବରଗଡ଼ ଜିଲ୍ଲାରୁ ୩୬ଜଣ, ଭଦ୍ରକ ଜିଲ୍ଲାରୁ ୧୦୨, ବଲାଙ୍ଗୀର ଜିଲ୍ଲାରୁ ୯୨ଜଣ, ବୌଦ୍ଧ ଜିଲ୍ଲାରୁ ୧୧୫ଜଣ, କଟକ ଜିଲ୍ଲାରୁ ୨୨୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୬୯ଜଣ, ଗଜପତି ଜିଲ୍ଲାରୁ ୬୮ଜଣ, ଗଞ୍ଜାମ ଜିଲ୍ଲାରୁ ୩୨୭ଜଣ, ଜଗତସିଂହପୁର ଜିଲ୍ଲାରୁ ୧୪ଜଣ, ଯାଜପୁର ଜିଲ୍ଲାରୁ ୧୧ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୯ଜଣ, କଳାହାଣ୍ଡି ଜିଲ୍ଲାରୁ ୪୨ଜଣ, କନ୍ଧମାଳ ଜିଲ୍ଲାରୁ ୯୮ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩ଜଣ, କେନ୍ଦୁଝର ଜିଲ୍ଲାରୁ ୫୧ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୭୮ଜଣ, କୋରାପୁଟ ଜିଲ୍ଲାରୁ ୧୩୩ଜଣ, ମାଲକାନଗିରି ଜିଲ୍ଲାରୁ ୭୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୩ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୧ଜଣ, ନୟାଗଡ଼ ଜିଲ୍ଲାରୁ ୪ଜଣ, ନୂଆପଡ଼ା ଜିଲ୍ଲାରୁ ୧୬ଜଣ, ପୁରୀ ଜିଲ୍ଲାରୁ ୯୩ଜଣ, ରାୟଗଡ଼ା ଜିଲ୍ଲାରୁ ୧୪୬ଜଣ, ସମ୍ବଲପୁର ଜିଲ୍ଲାରୁ ୮୧ଜଣ, ସୋନପୁର ଜିଲ୍ଲାରୁ ୨୦ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୫୬ଜଣ ରହିଛନ୍ତି ।

ଅଦ୍ୟାବଧି ରାଜ୍ୟରେ ୧୭୫୩୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୯୨୦୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଏବେ ସୁଦ୍ଧା ରାଜ୍ୟରେ ୮୫୫୭୧୩ଟି ସାମ୍ପୁଲ ଟେଷ୍ଟ୍‌ ହୋଇଛି ।