ଭୁବନେଶ୍ୱର(ଏସ୍ ନ୍ୟୁଜ): ଗତ ୨୪ ଘଣ୍ଟାରେ ରାଜ୍ୟରେ ଦିନିକିଆ ସର୍ବାଧିକ ୧୭ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହାକୁ ମିଶାଇ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୯ ଛୁଇଁଛି। ସେହିଭଳି ରାଜ୍ୟରେ ପୁଣି ୩୬୧୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨୧୧୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୧୪୯୭ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୭୧, ପୁରୀରୁ ୧୯୭, ଅନୁଗୋଳରୁ ୧୮୮, ଯାଜପୁରରୁ ୧୪୪, ମୟୁରଭଞ୍ଜ ଓ ମାଲକାନଗିରିରୁ ୧୨୩, କେନ୍ଦ୍ରାପଡ଼ାରୁ ୧୧୯, କେନ୍ଦୁଝରରୁ ୧୦୯, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ୧୦୬ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳରୁ ୨୪୦ ଜଣ ପଜିଟିଭ୍ ବାହାରିଛନ୍ତି।
ସେହିଭଳି ୧୭ ମୃତକଙ୍କ ମଧ୍ୟରେ ଭୁବନେଶ୍ୱରରୁ ୩ ଜଣ, କଟକ ଓ ନୟାଗଡ଼ରୁ ୨ ଜଣ ଲେଖାଁଏ ଏବଂ ରାୟଗଡ଼ା, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଳାହାଣ୍ଡି, ଜଗତସିଂହପୁର, ଢେଙ୍କାନାଳ, ବଲାଙ୍ଗୀର, ଭଦ୍ରକ ଓ ଅନୁଗୋଳରୁ ଜଣେ ଲେଖାଏଁ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୨୨ ହଜାର ୭୩୪ ଛୁଇଁଛି। ୩୬,୧୨୨ଟି ଆକ୍ଟିଭ୍ ମାମଲା ରହିଥିବା ବେଳେ ମୋଟ ୧ ଲକ୍ଷ ୮୫ ହଜାର ୭୦୦ ଜଣ ସୁସ୍ଥହୋଇ ଘରକୁ ଫେରିଲେଣି।