ପାରାଦୀପ : ପାରାଦୀପ ଗସ୍ତରେ ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା। ସେଠାରେ ସେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ସେ ଉଦ୍ବୋଧନ ଦେଇ କହିଛନ୍ତି, ଭାଜପା ସରକାର ସଠିକ୍ ଦିଗରେ ଓଡ଼ିଶାକୁ ଆଗେଇ ନେଉଛି। ଗୁଜରାଟ ଭଳି ଓଡ଼ିଶାର ମଧ୍ୟ ବିକାଶ ହେବ। ଗୁଜରାଟ ଭଳି ଓଡ଼ିଶାର ପ୍ରତିଟି ଗାଁରେ ଡାଏରୀ ପହଞ୍ଚିବ।

୩୬ ଲକ୍ଷ ଗ୍ରାମୀଣ ମହିଳା ଅମୁଲକୁ ଆନ୍ଦୋଳନରେ ପରିଣତ କରିଛନ୍ତି। ଓଡ଼ିଶାରେ ବି ଗ୍ରାମୀଣଙ୍କ ଜନଜୀବନକୁ ସମୃଦ୍ଧ କରାଯିବ। ବିକଶିତ ରାଜ୍ୟ ମଧ୍ୟରେ ଓଡ଼ିଶା ବି ସ୍ଥାନ ପାଇବ ବୋଲି ଶାହା କହିଛନ୍ତି।