ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୨ଟି ଇସ୍ପାତ କାରଖାନା ପ୍ରତିଷ୍ଠା ହେବ । ବିଧାନସଭାରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହି ସୂଚନା ଦେଇଛନ୍ତି । ଗୃହରେ ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନର ଉତରରେ ଖଣି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ, ସୁନ୍ଦରଗଡରେ ସର୍ବାଧିକ ୩ଟି ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ଯାଜପୁରରେ ୨ଟି କାରଖାନା ପ୍ରତିଷ୍ଠା ହେବ ।
ସେହିପରି ଅନୁଗୁଳ, କେନ୍ଦ୍ରାପଡା, ଝାରସୁଗୁଡା, ଢେଙ୍କାନାଳ, କେନ୍ଦୁଝର, ଜଗତସିଂହପୁର ଓ ଅନୁଗୁଳ ଜିଲ୍ଲାରେ ଗୋଟିଏ ଲେଖାଏଁ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି । ରାଜ୍ୟରେ ବର୍ତ୍ତମାନ ୫୧ଟି ଇସ୍ପାତ କାରଖାନା ରହିଥିବା ବେଳେ ସେଗୁଡ଼ିକରୁ ବାର୍ଷିକ ଉତ୍ପାଦନ କ୍ଷମତା ୩୩.୧୨ ମିଲିୟନ ଟନ ବୋଲି ମନ୍ତ୍ରୀ ଗୃହକୁ ଜଣାଇଛନ୍ତି ।