ଅଫଲାଇନ୍‌ରେ ହେବ ମାଟ୍ରିକ୍ ଓ +2 ପରୀକ୍ଷା: ସମୀର ଦାଶ-shaksi news

ଭୁବନେଶ୍ବର( ଏସ୍ ନ୍ୟୁଜ ): ଚଳିତ ବର୍ଷ କରୋନା କାଳରେ ଅଫଲାଇନ୍‌ରେ ହେବ ମାଟ୍ରିକ୍ ଓ +2 ପରୀକ୍ଷା । ରାଜ୍ୟରେ ଯେତେବେଳେ ବି ପରୀକ୍ଷା ହେବ ଅଫଲାଇନ୍‌ରେ ହିଁ ହେବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଅଫଲାଇନ୍‌ରେ ପରୀକ୍ଷା ପାଇଁ ସିବିଏସ୍ଇ ନିଷ୍ପତ୍ତି ନେଇଥିବା ବେଳେ ସେହି ଆଧାରରେ ରାଜ୍ୟରେ ବି ଅଫଲାଇନ୍‌ରେ ପରୀକ୍ଷା ହେବ ।

ତେବେ ପରୀକ୍ଷା ନିହାତି ବିଳମ୍ବରେ ହେବ। ଆଉ ତା ପୂର୍ବରୁ ଆବଶ୍ୟକୀୟ ଶିକ୍ଷାଦାନ ଦିଆଯିବ। ତେଣୁ ଏହାକୁ ନେଇ ଛାତ୍ରଛାତ୍ରୀ ବିବ୍ରତ ହେବା ଉଚିତ ନୁହେଁ। ବୋଲି ମନ୍ତ୍ରୀ କହିଛନ୍ତି ।

ଏହାସହ ନବମରୁ ଦ୍ୱାଦଶ ଶ୍ରେଣୀ ଖୋଲିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସ୍କୁଲ୍ ଖୋଲିବା ନେଇ ସବୁ ପକ୍ଷଙ୍କ ସହ ବିଚାରବିମର୍ଶ ଚାଲିଛି । ଖୁବଶୀଘ୍ର ନିଷ୍ପତ୍ତି ଜଣାଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।