ପିଲାଙ୍କ ପାଇଁ ଓମିକ୍ରନ୍ ବିପଦଜ୍ଜନକ ନୁହେଁ -ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର : ପିଲାଙ୍କ ପାଇଁ ଓମିକ୍ରନ୍ ଆଦୌ ବିପଦଜ୍ଜନକ ନୁହେଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ସୁନୀଲ ଅଗ୍ରୱାଲ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଓମିକ୍ରନ୍ ଦ୍ୱାରା କୌଣସି ପିଲା ଗୁରୁତର ହେବା ଘଟଣା ସାମ୍ନାକୁ ଆସିନାହିଁ । ଯଦି ବି କୌଣସି ପିଲା ସଂକ୍ରମିତ ହୋଇଛନ୍ତି, ସେମାନଙ୍କୁ ସାମାନ୍ୟ ଜ୍ୱର ହୋଇଛି ଏବଂ ସୁସ୍ଥ ମଧ୍ୟ ହୋଇଛନ୍ତି। ଓମିକ୍ରନ ଗୋଟିଏ ପିଲାଠୁ ଆଉ ଜଣେ ପିଲାକୁ ସଂକ୍ରମିତ କରିବାର ନଜିର ନାହିଁ। କାରଣ ଛୋଟ ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି ତଥା ଇମ୍ୟୁନିଟି ଶକ୍ତି ଯଥେଷ୍ଟ ଥାଏ ।

ସେ କହିଛନ୍ତି ଯେ, ୧୨ରୁ ୧୫ ବର୍ଷର ପିଲାଙ୍କୁ ଆସନ୍ତା ମାସରୁ ଟିକାକରଣ କରାଯିବ । ଜାଇକୋଭ୍-ଡି ଟିକା ଏହି ବର୍ଗର ପିଲାଙ୍କୁ ଦିଆଯିବ । ଏନେଇ ପାଇଲଟ ପ୍ରୋଜେକ୍ଟରେ ୭ଟି ରାଜ୍ୟକୁ ଅନୁମତି ମିଳିଛି । ଓଡ଼ିଶାକୁ ବି ଖୁବଶୀଘ୍ର ଅନୁମତି ମିଳିବ ବୋଲି ସୂଚନା ଦେଇଛନ୍ତି ଡାକ୍ତର ସୁନୀଲ ଅଗ୍ରୱାଲ୍ । ICMR ଗାଇଡଲାଇନ୍ସ ଅନୁଯାୟୀ ୫ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ମାସ୍କର କୌଣସି ଆବଶ୍ୟକ ନାହିଁ ।