୪ ଘଣ୍ଟାରେ ମିଳିବ ଓମିକ୍ରନ ରିପୋର୍ଟ

ଭୁବନେଶ୍ୱର : ସାରା ଦେଶରେ କରୋନାର ନୂତନ ଭାରିଆଣ୍ଟ ଓମକ୍ରିନ ନିଜର କାୟାବିସ୍ତା କରିଚାଲିଛି । ଏହାର ମୁକାବିଲା ପାଇଁ ରାଜ୍ୟସ୍ତରରେ ପ୍ରସ୍ତୁତି ଜୋରଦାର ଜାରି ରହିଛି । ସେହିପରି ଓମିକ୍ରନ ଚିହ୍ନଟ ପାଇଁ ବିକଶିତ ହୋଇଛି ଟେଷ୍ଟ କିଟ୍‌ । ସ୍ୱଦେଶୀ ଓମିକ୍ରନ ଟେଷ୍ଟ କିଟ୍‌କୁ ଡିସିଜିଆଇ ମଞ୍ଜୁରୀ ଦେଇଛି । ଏବେ ଏହି ଭାରିଆଣ୍ଟ ୪ ଘଣ୍ଟା ଭିତରେ ଟେଷ୍ଟ ରିପୋର୍ଟ ମିଳିବ । ଏନେଇ ସୂଚନା ଦେଇଛନ୍ତି ଆଇସିଏମଆର ମହା ନିର୍ଦ୍ଦେଶକ ଡାକ୍ତର ବଳରାମ ଭାର୍ଗବ ।