ସୁନ୍ଦରଗଡ଼: ଏକ ଘରୋଇ ବସ୍ କିଞ୍ଜିରିକେଲାରୁ ସୁନ୍ଦରଗଡ଼ ଯାଉଥିବା ସମୟରେ, ତେଲେଣ୍ଡିହିରେ ସାମ୍ନାରୁ ଗୋଟେ ବାଇକ୍ ନିଜ ନିୟନ୍ତ୍ରଣ ହରାଇ ସିଧା ସଳଖ ପିଟି ଦେଇଥିଲେ ସାମ୍ନାରୁ ଆସୁଥିବା ବସ୍କୁ ।
ଧକା ଲାଗିବା ପରେ ବସ୍ଟି ମଧ୍ୟ ନିଜର ଭାରସାମ୍ୟ ହରାଇ ରାସ୍ତାରୁ ୧୦ ଫୁଟ ତଳକୁ ଖସି ପଡିଲା । ବସ୍ ଘଟଣା ସମୟରେ ଓଲଟି ପଡ଼ିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୦ ରୁ ଅଧିକ ଆହତ ହୋଇଛନ୍ତି । ଆହତ ଓ ଗୁରୁତରମାନଙ୍କୁ ସ୍ଥାନୀୟ ଲୋକମାନେ ଓ ପୁଲସି ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ପରେ କ୍ରେନ ସାହାଯ୍ୟରେ ମୃତଦେହକୁ ଉଦ୍ଧାର କରାଯାଉଛି ।