ବଜ୍ରାଘାତରେ ଜଣେ ମୃତ, ତିନି ଆହତ

କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ଅନ୍ତର୍ଗତ ଡ଼ଙ୍ଗାଜୋର ଗ୍ରାମରେ….

କୁଚିଣ୍ଡା : କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ଅନ୍ତର୍ଗତ ଡ଼ଙ୍ଗାଜୋର ଗ୍ରାମରେ ବଜ୍ରାଘାତରେ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ବେଳେ ସାଥିରେ ଥିବା ତିନି ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଜମିରେ କାମ କରି ସାରି ଡଙ୍ଗାଜୋର ଗ୍ରାମର ମମତା ମୁଣ୍ଡା(୧୫) ଅନ୍ୟ ମହିଳା ମାନଙ୍କ ସହ ଘରକୁ ଫେରୁଥିଲେ, ଏହି ସମୟରେ ବଜ୍ରାଘାତ ହେବାରୁ ମମତାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସାଙ୍ଗରେ ଥିବା ନିଦ୍ରାବତି ମୁଣ୍ଡା,ଉମାକାନ୍ତୀ ମୁଣ୍ଡା ଏବଂ ଜୟନ୍ତୀ ମୁଣ୍ଡା ଗୁରୁତର ଆହତ ହୋଇଥିଲେ । ଖବର ପାଇ ଗ୍ରାମବାସୀ ମାନେ ସମସ୍ତଙ୍କୁ ଘଟଣାସ୍ଥଳୀରୂ ଉଦ୍ଧାର କରି ଚିକିତ୍ସା ପାଇଁ କୁଚିଣ୍ଡା ଡାକ୍ତରଖାନାକୁ ଆଣି ଥିଲେ, ମାତ୍ର ଡାକ୍ତର ଏଠାରେ ମମତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ସମସ୍ତ ଆହତ ମାନଙ୍କୁ ଡ଼ାକ୍ତରଖାନାରେ ଭର୍ତି କରି ସେମାନଙ୍କର ଚିକିତ୍ସା କରା ଯାଉଛି ।