ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ

ନିଶ୍ଚିନ୍ତକୋଇଲି,(ସାକ୍‌ସୀ ନ୍ୟୁଜ୍‌): ହାତୀ ଆକ୍ରମଣରେ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଭାଗବତ ବେହେରା । ନିଶ୍ଚିନ୍ତକୋଇଲି ଥାନା ରାମରାଙ୍ଗ ପାଟସାଇଲୋ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ବିଲରେ କାମ କରୁଥିବାବେଳେ ପଛପଟୁ ହାତୀ ଶୁଣ୍ଢାରେ ଟେକି କଚାଡ଼ି ମାରିଦେଇଥିବା ସୂଚନା ମିଳିଛି । ହାତୀଟି ଡେରାବିଶ ବ୍ଲକ୍‌ ଦେଇ ମାହାଙ୍ଗା ଧାନ ବିଲ ପାଟ ଦେଇ ନିଶ୍ଚିନ୍ତକୋଇଲି ଅଞ୍ଚଳକୁ ଆସିଥିବା କୁହାଯାଇଛି । ଏହି ଘଟଣା ପରେ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।