ବରଗଡ,(ଏସ୍ ନ୍ୟୁଜ୍): ଆଜିର ପବିତ୍ର ସ୍ବାଧୀନତା ଦିବସ ଅବସରରେ,ପଦ୍ମପୁର କଚେରୀ ସମ୍ମୁଖରେ ବହୁ ଚର୍ଚ୍ଚିତ ଚିକିତ୍ସକ ଡା. ଶଙ୍କର ରାମ ଚନ୍ଦାନୀ ଙ୍କ ” ୱାନ ରୂପୀ କ୍ଲିନିକ ” ଉଦଘାଟିତ ହୋଇ ଯାଇଛି । ଡା. ରାମ ଚନ୍ଦାନୀ ଙ୍କ ମାତା ଲାଜବନ୍ତୀ ରାମ ଚନ୍ଦାନୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଫିତାକାଟି କ୍ଲିନିକ ର ଶୁଭ ଉଦଘାଟନ କରିଥିଲେ । ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ରାମ ନାରାୟଣ ପାଣିଗ୍ରାହୀ ” ୱାନ ରୂପୀ କ୍ଲିନିକ ” ର ଗୁରୁତ୍ବ ଉପରେ ଆଲୋଚନା କରିଥିଲେ । ପ୍ରତି ମାସରେ ଏଇ କ୍ଲିନିକ ଖୋଲା ରହିବ ଏବଂ ପ୍ରତି ରୋଗୀଙ୍କ ଠାରୁ ମାତ୍ର ଟଙ୍କାଟିଏ ଫି ଭାବେ ଗ୍ରହଣ କରାଯିବ ବୋଲି ଡା.ରାମ ଚନ୍ଦାନୀ ଙ୍କ ଠାରୁ ପ୍ରକାଶ ।

ଆର୍ଥିକ ସମ୍ବଳ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଏଇ କ୍ଲିନିକ ରେ ପ୍ରଥମ ଦିନରେ ଖବର ଲେଖା ହେବା ଯାଏ ସତୁରୀ ଜଣେ ରୋଗୀ ନିଜ ନାମ ଫଜୀକରଣ କରି ସାରିଛନ୍ତି । କୋଭିଡ କଟଣା ଭିତରେ ଆୟୋଜିତ ଏଇ ନିରାଡମ୍ବର ଉଦଘାଟନୀ ଉତ୍ସବରେ ସହରର ସବୁ ବର୍ଗରୁ ସୀମିତ ସଂଖ୍ଯକ ବ୍ଯକ୍ତି ବିଶେଷଙ୍କ ଉପସ୍ଥିତି ରହିଥିଲା । ସମଗ୍ର କାର୍ଯ୍ୟକ୍ରମ କୁ ଅନୀଲ କୁମାର ଦୋରା,ପ୍ରଶାନ୍ତ ମାଝୀ,ଅମୀୟ ପୁରୋହିତ,ପ୍ରଶାନ୍ତ ଜେନା,ସରୋଜ ମିଶ୍ର,ଅଟଳ ଦୋରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଡା.ରାମ ଚନ୍ଦାନୀ ତାଙ୍କର ଉତ୍ସର୍ଗୀକୃତ ଚିକିତ୍ସା ସେବା ପାଇଁ ରାଜ୍ଯ ତଥା ଜାତୀୟ ସ୍ତରରେ ଖୁବ ସୁନାମ ଅର୍ଜନ କରିଥିବା ବେଳେ,ନିଜ ଜନ୍ମିତ ପଦ୍ମପୁର ସହରରେ ତାଙ୍କର ଏଇ ” ୱାନ ରୂପୀ କ୍ଲିନିକ ” ଖୋଲିବାକୁ ନେଇ ସବୁବର୍ଗର ଲୋକେ ତାଙ୍କୁ ଉଚ୍ଚ ପ୍ରଶଂସା କରିବା ସହିତ ଶୁଭେଚ୍ଛାର ବାର୍ତ୍ତା ପ୍ରଦାନ କରିଛନ୍ତି ।