OPTCL ଡିଜିଏମଙ୍କୁ ୫ ବର୍ଷ ଜେଲଦଣ୍ଡ

ଦିନକୁ ଦିନ ରାଜ୍ୟରେ ଲାଞ୍ଚ ମାମଲା ବଢ଼ି ଚାଲିଥିବା ବେଳେ ବହୁସଂଖ୍ୟାରେ…

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ଲାଞ୍ଚ ମାମଲା ବଢ଼ି ଚାଲିଥିବା ବେଳେ ବହୁସଂଖ୍ୟାରେ ସରକାରୀ ଅଧିକାରୀ ଏଥିରେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ୁଛନ୍ତି । ତେବେ ଏହି କ୍ରମରେ ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ (ଓପିଟିସିଏଲ)ର ଡେପୁଟି ଜେନେରାଲ ମ୍ୟାନେଜର (ଡିଜିଏମ)ଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ୫ ବର୍ଷ ପୂର୍ବେ ଏକ ଲାଞ୍ଚ କାରବାରକୁ ନେଇ ଓପିଟିସିଏଲର ଡିଜିଏମଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା । ଉକ୍ତ ମାମଲାରେ ଏବେ କୋର୍ଟ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡ ଶୁଣାଣି କରିଛନ୍ତି । ଜଣାପଡ଼ିଛି ଯେ, ଓପିଟିସିଏଲର ଡିଜିଏମ ଯଶୋବନ୍ତ ଚୌଧୁରୀଙ୍କୁ କୋର୍ଟ ୫ ବର୍ଷ ସଜ୍ଜା ଶୁଣାଇଛନ୍ତି । ଗତ ୨୦୧୭ ମସିହାରେ ଡିଜିଏମ୍ ଚୌଧୁରୀ ୩ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ଉକ୍ତ ମାମଲାର ଶୁଣାଣି କରି ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ଦଣ୍ଡବିଧାନ କରିଛନ୍ତି ।