ଭଦ୍ରକ : ନିଆଁରେ ପୋଡି ହୋଇ ଓଏସଏପିର ୩ ଜବାନ ଗୁରୁତର । ଭଦ୍ରକ ଜିଲ୍ଲା ପୁରୁଣାବଜାର ଅଞ୍ଚଳରେ ଏହା ଘଟିଛି । ସୂଚନା ଅନୁସାରେ , ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନାରେ ପଞ୍ଚମ ବାଟାଲିୟନର ପୋଲିସ କର୍ମଚାରୀ ଡ୍ୟୁଟିରେ ମୁତୟନ ହୋଇଛନ୍ତି । ଡ୍ୟୁଟି ପରେ ଥାନା ପରିସରରେ ଥିବା ଷ୍ଟୋର ରୁମ୍ ନିକଟରେ ପୋଲିସ କର୍ମଚାରୀ ଶୋଇବା ବେଳେ ମଶା ଧୁପ ଲଗାଇଥିଲେ । ହଠାତ୍ ମଶା ଧୂପରୁ ନିଆଁ ଲାଗିଯାଇଥିଲା । ଏହି ନିଆଁରେ ୩ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ।