‘ଓସେପା’ ଜୁନ୍ ୨୧ରୁ ଲାଇଭ୍ ଷ୍ଟ୍ରିମ୍ ଅନ୍ଲାଇନ୍ କ୍ଲାସ୍ କରିବାକୁ ନିଷ୍ପତ୍ତି

ଭୁବନେଶ୍ୱର,(ଏସ୍ ନ୍ୟୁଜ):- କରୋନା ସଂକ୍ରମଣ କାରଣରୁ ସଂପ୍ରତି ସାରା ପୃଥିବୀରେ ସବୁ ଅନ୍‌ଲାଇନ ପ୍ଲାଟଫର୍ମ ଅନିବାର୍ଯ୍ୟତାରେ ପରିଣତ ହୋଇଛି। ସରକାର ଅନ୍‌ଲାଇନ ଶିକ୍ଷା ବ୍ୟବସ୍ଥାକୁ ସ୍ଥାୟୀ ଭାବରେ ପ୍ରଚଳିତ କରିବା ପାଇଁ ଯୋଜନା କରୁଛନ୍ତି। କରୋନା ମହାମାରୀ ଯୋଗୁଁ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଜୁନ୍ ୨୧ରୁ ୟୁଟ୍ୟୁବରେ ବିଭିନ୍ନ ଶ୍ରେଣୀର ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଲାଇଭ୍ ଷ୍ଟ୍ରିମ୍ ଅନ୍ଲାଇନ୍ କ୍ଲାସ୍ କରିବାକୁ ନିଷ୍ପତ୍ତି ନେଇଛି। ଜୁନ୍ ୨୧ରୁ ରୁଟିନ୍ ଢଙ୍ଗରେ ବିଭିନ୍ନ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ୟୁଟ୍ୟୁବ୍ ଲାଇଭ୍ କ୍ଲାସ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ, ୟୁଟ୍ୟୁବ୍ ଲାଇଭ୍ ଷ୍ଟ୍ରିମିଂ ଭର୍ଚୁଆଲ୍ କ୍ଲାସଗୁଡ଼ିକର ସୁଗମ କାର୍ୟ୍ୟ ପାଇଁ ୧୭ ତାରିଖ ସୁଦ୍ଧା ବିଭିନ୍ନ ବୈଶିଷ୍ଟ୍ୟ ସହିତ ସିଓଇ ବିଦ୍ୟାଳୟ / ଟ୍ରାନ୍ସଫର୍ମେସନ୍ ହାଇସ୍କୁଲ୍ କିମ୍ବା ଜିଲ୍ଲା ମୁଖ୍ୟାଳୟ ନିକଟରେ ଅବସ୍ଥିତ ବିଦ୍ୟାଳୟରେ ଦୁଇଟି ଶ୍ରେଣୀଗୃହର ବ୍ୟବସ୍ଥା କରିବାକୁ ଆପଣଙ୍କୁ ଅନୁରୋଧ କରାଯାଇଛି। ଏଣିକି ୟୁ-ଟ୍ୟୁବ୍‌ରୁ ଲାଇଭ ପାଠ ପଢ଼ିବେ ସ୍କୁଲ ଛାତ୍ରଛାତ୍ରୀ । କରୋନା ଯୋଗୁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାବେଳେ ବିକଳ୍ପ ଶିକ୍ଷାଦାନ ପାଇଁ ବିଭାଗ ପକ୍ଷରୁ ଅଭିନବ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି । ତେବେ ଲାଇଭ କ୍ଲାସ୍‌ ପାଇଁ ଜିଲ୍ଲାସ୍ତରରେ ଅନ୍ତତଃ ଦୁଇଟି ସ୍କୁଲ ଚୟନ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଓସେପା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷତଃ ସେଣ୍ଟର ଅଫ ଏହିଲେନ୍ସ ସ୍କୁଲ କିମ୍ବା ସାଇ ସ୍କୁଲ ଟ୍ରାନ୍ସଫର୍ମସେନ୍‌ ହୋଇଥିବା ସ୍କୁଲଗୁଡ଼ିକୁ ଚୟନ କରିବା ପାଇଁ ବିଭାଗ ଖୋର୍ଦ୍ଧା, ବଲାଙ୍ଗିର, କଟକ, କେନ୍ଦ୍ରପଡ଼ା, ଗଞ୍ଜାମ, କୋରାପୁଟ, ସୁନ୍ଦରଗଡ଼, ପୁରୀ, ଢେଙ୍କାନାଳ, ନୟାଗଡ଼, ସମ୍ବଲପୁର, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାର ଜିଲ୍ଲା ଶିକ୍ଷାଧ୍ୟାକାରୀଙ୍କୁ ବିଭାଗ ନିର୍ଦ୍ଦେଶ ଦେଇଛି । ମୁଖ୍ୟତଃ ଅନାଲାଇନ ଭିତ୍ତିଭୂମି ସୁଦୃଢ଼ ଥିବା ସ୍କୁଲଗୁଡ଼ିକୁ ରେକର୍ଡିଂ ଲାଗି ଚୟନ କରିବାକୁ ବିଭାଗ ପରାମର୍ଶ ଦେଇଛି । ସେହିପରି ୟୁଟୁବ୍‌ ଲାଇଭଷ୍ଟ୍ରିମିଂ ପାଇଁ ସମସ୍ତ ପ୍ରକାରର ସୁବିଧାସୁଯୋଗ ଉପଲବ୍ଧ କରିବା ପାଇଁ ଜିଲ୍ଲାଶିକ୍ଷାଧିକାରୀମାନଙ୍କୁ ବିଭାଗ ନିର୍ଦ୍ଦେଶ ଦେଇଛି । ତେବେ ପ୍ରାଥମିକ ପର୍ଯ୍ୟାୟରେ ୯ଟି ଜିଲ୍ଲାକୁ ସମ୍ମିଳିତ କରାଯାଇଥିବାବେଳେ ଆଗାମୀ ଦିନରେ ଅନ୍ୟ ସମସ୍ତ ଜିଲ୍ଲାକୁ ସମ୍ମିଳିତ କରାଯିବ ।