ଭୁବନେଶ୍ୱର( ଏସ୍ ନ୍ୟୁଜ ): ୩ଟି ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଧୀର ଭାବରେ ଚାଲିଛି । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହାସହ ମନ୍ତ୍ରୀ ଉକ୍ତ ୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ଟ୍ୱିଟରେ ଟ୍ୟାଗ୍ କରିଛନ୍ତି । ଏହି ପ୍ରକ୍ରିୟା ଶୀଘ୍ର ତ୍ୱରାନିତ ହେବ ଦରକାର ବୋଲି ସେ କହିଥିଲେ ।
ତେବେ ଗତବର୍ଷ ଅପେକ୍ଷା ଏ ବର୍ଷ ଧାନ କିଣା ଧୀର ରହିଥିବା ସେ ସ୍ୱିଟ୍ କରିଥିଲେ । ଜିଲ୍ଲାଗୁଡ଼ିକ ୩ଟି ଜିଲ୍ଲା ମଧ୍ୟରେ ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ରହିଥିବା ସେ କହିଥିଲେ ।