‘ଗିରଫ’ ବ୍ୟକ୍ତି ବିରୋଧରେ ରହିଛି ଯଥେଷ୍ଟ ପ୍ରମାଣ ଅଛି: ଅରୁଣ ବୋଥ୍ରା-shaksi news

ନୟାଗଡ (ଏସ୍ ନ୍ୟୁଜ ): ପରୀ ହତ୍ୟା ମାମଲା ସାରା ରାଜ୍ୟ ଉଠୁଥିଵା ପଡୁଥିବା ବେଳେ ଦୁଷ୍କର୍ମ ପରେ ପରୀକୁ ହତ୍ୟା କରାଯାଇଛି। ଘଟଣାରେ ଗିରଫ ବ୍ୟକ୍ତି ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ପଚରାଉଚରା ସମୟରେ ଯଥେଷ୍ଟ ପ୍ରମାଣ ପାଇବା ପରେ ହିଁ ତାଙ୍କୁ ଗିରଫ କରିଛୁ।” ଏନେଇ ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା।

ଏହାସହ ଘଟଣାର ତଦନ୍ତ ନିମନ୍ତେ ଯଦୁପୁରରେ ପହଞ୍ଚିଥିବା ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା। ସେ କହିଛନ୍ତି ଯେ ଯାହାଙ୍କୁ ଗିରଫ କରିଛୁ, ତାଙ୍କ ସମ୍ପର୍କରେ ଯଥେଷ୍ଟ ପ୍ରମାଣ ସଂଗ୍ରହ କରିଛୁ। ଗତ ୧୦ ଦିନ ହେଲା ଲଗାତାର ଆମେ ଅଭିଯୁକ୍ତଙ୍କୁ ପଚରାଉଚରା କରିଛୁ। ଦୁଷ୍କର୍ମ ଯୋଗୁଁ ଘଟଣା ଘଟିଥିବା ତଦନ୍ତରୁ ଜାଣିବାକୁ ପାଇଲୁ। ଏନେଇ ଯଥେଷ୍ଟ ପ୍ରମାଣ ପାଇବା ପରେ ହିଁ ତାଙ୍କୁ ଗିରଫ କରିଛୁ। ତାଙ୍କୁ କିଏ ସାହାଯ୍ୟ କରିଛନ୍ତି କି ନାହିଁ ତାର ତଦନ୍ତ ଏବେ ଚାଲୁ ରହିଛି।

ଏପରିକି ପୂର୍ବରୁ ମୋ ନାଁରେ ବି ବହୁତ ଅଭିଯୋଗ ଆସିଛି। ଆମେ ଫାଇନାଲ ଅଥରିଟି ନୁହେଁ। ତେଣୁ ଯାହା କହିବା କଥା ଆମେ କୋର୍ଟରେ କହିବୁ ବୋଲି କହିଛନ୍ତି ଏସ୍‌ଆଇଟି ମୁଖ୍ୟ ।

ସୂଚନାଯୋଗ୍ୟ, ପରୀ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଆଜି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାଙ୍କୁ ଯଦୁପୁରସ୍ଥିତ ନିଜ ଘରକୁ ନିଆଯାଇଥିବା ଜଣାଯାଇଛି। ଏହାବ୍ୟତୀତ, ଅଧିକ ପ୍ରମାଣ ଯୋଗାଡ଼ ପାଇଁ ପରୀ ଶରୀରର କିଛି ହାଡ଼ ପଡ଼ିଥିବା ପୋଖରୀକୁ ଶୁଖାଯିବା ନିମନ୍ତେ ପଦକ୍ଷେପ ନିଆଯାଉଥିବା ଜଣାଯାଇଛି।