ସପ୍ତାହ ମଧ୍ଯରେ ଆସିବ ‘ପରୀ’ ମୃତ୍ୟୁର ସତ

ଭୁବନେଶ୍ବର (ଏସ୍ ନ୍ଯୁଜ): ‘ପରୀ’ ଘଟଣାର ତଦନ୍ତ ୫ ଦିନ ହୋଇଛି।ସପ୍ତାହ ମଧ୍ଯରେ ସବୁକିଛି ସାମ୍ନାକୁ ଆସିବ । ସରକାର ଓ ପୋଲିସ ଡିଜିଙ୍କ ଭରସା ତାଙ୍କ ଉପରେ ରହିଥିବା କହିଛନ୍ତି ବୋଥ୍ରା । ପୋଲିସ ଡିଜି ଅଭୟ ଏସଆଇଟି ମୁଖ୍ୟଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଗୁରୁତ୍ବପୂର୍ଣ୍ଣ ବୟାନ ରଖିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ।

ତେବେ ‘ଦୁଇ ସପ୍ତାହ ମଧ୍ୟରେ ସାମ୍ନାକୁ ଆସିବ ପରୀ ସତ’ତଦନ୍ତରେ ଯେଉଁମାନଙ୍କ ନାମ ସାମ୍ନାକୁ ଆସୁଛି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ସହ ପଚରାଉଚରା କରାଯାଉଛି ବୋଲି ବୋଥ୍ରା କହିଛନ୍ତି ।ସେପଟେ କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ଆକାଶ ପାଠକଙ୍କ ନାମରେ ହୋଇଥିବା ମାମଲାର ତଦନ୍ତ ଚାଲିଛି। ତଦନ୍ତରେ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦିଆଯାଉଛି । ବୈଠକରେ ଭିଜିଲାନ୍ସ ଏସଆଇଟି ମୁଖ୍ଯ ଅମିତୈନ୍ଦ୍ର ସିହ୍ନା ମଧ୍ଯ ଉପସ୍ଥିତ ରହିଥିଲେ । ତେବେ ବୈଠକ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ପୋଲିସ ଡିଜି ଅଭୟ।