‘ପରୀକ୍ଷା ପେ’ ଚର୍ଚ୍ଚା’-୨୦୨୫ର ଅଷ୍ଟମ ସଂସ୍କରଣ

‘ପରୀକ୍ଷା ପେ’ ଚର୍ଚ୍ଚା’-୨୦୨୫ର ଅଷ୍ଟମ ସଂସ୍କରଣରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଛନ୍ତି ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଧୈର୍ଯ୍ୟ, ସିଦ୍ଧାନ୍ତ ଓ ଦୃଢ ବିଶ୍ବାସର ସହ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବା ଏବଂ ଚାପମୁକ୍ତ ରହି ପରୀକ୍ଷା ଦେବା ସହ ସଫଳତା ହାସଲ କରିବା ପାଇଁ ଅନେକ ଗୁରୁତ୍ଵପୂର୍ଣ୍ଣ ବିଷୟ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଛାତ୍ରୀ ପ୍ରୀତି ବିଶ୍ଵାଳଙ୍କ ପ୍ରଶ୍ନର ଉତ୍ତର ଦେବା ସହ ସଫଳତା ହାସଲ ପାଇଁ ଗୁରୁତ୍ଵପୂର୍ଣ୍ଣ ଉପଦେଶ ଦେଇଛନ୍ତି ଯଶସ୍ଵୀ ପ୍ରଧାନମନ୍ତ୍ରୀ । ଏହି ଉପଦେଶ ଏବଂ ପରାମର୍ଶ ଦେଶର ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ନିର୍ମାଣ ଏବଂ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ନିଶ୍ଚୟ ଉତ୍ସାହିତ କରିବ ।

ଏହି ଅବସରରେ ଭୁବନେଶ୍ୱର ୟୁନିଟ‌୍-୧ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ଯର ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା ସମ୍ବଦ୍ଧରେ ଆଲୋଚନା କରିଛି । ମୋର ବିଶ୍ବାସ ଛାତ୍ରଛାତ୍ରୀମାନେ ନିଶ୍ଚୟ ପରୀକ୍ଷାରେ କୃତକାର୍ଯ୍ୟ ହେବେ ଏବଂ ଭବିଷ୍ୟତରେ ସମାଜ କଲ୍ଯାଣର ଦାୟିତ୍ଵ ନେବେ । ଆଗାମୀ ପରୀକ୍ଷା ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କ ସଫଳତା କାମନା କରୁଛି ।