ନବରଙ୍ଗପୁର: ନବରଙ୍ଗପୁରରୁ ୩୦ରୁ ଊର୍ଦ୍ଧ୍ୱ ଘରୋଇ ବସ୍ ପ୍ରତ୍ୟେକ ଦିନ ଓଡିଶାର ପ୍ରମୁଖ୍ୟ ସହର ସମେତ ଆନ୍ଧ୍ରପ୍ରଦେଶ-ତେଲଙ୍ଗାନାକୁ ଯୋଡୁଛି। ନବରଂଗପୁରରୁ ଦୈନିକ ହାଇଦ୍ରାବାଦ, ବିଜୟୱାଡା, ବିଶାଖାପାଟଣା, ରାଜମହେନ୍ଦ୍ରୀ, ଗୁଂଟୁର, ଭୁବନେଶ୍ୱର, ବ୍ରହ୍ମପୁର ଓ କଟକକୁ ଯିବା ଆସିବା କରୁଛି। ଦିନକୁ ଏତେ ବସ୍ ଚଳାଚଳ କରୁଥିବା ବେଳେ ଏଥି ମଧ୍ୟରୁ ଗୋଟିଏ ବି ବସ୍ ସ୍ଥାୟୀ କିମ୍ବା ନିୟମିତ ପରମିଟ୍ ନାହିଁ। ଏସବୁ ଦ୍ରୁତଗାମୀ ବସ୍ ଗୁଡିକ ଜିଲ୍ଲା ସଦର ମହକୁମା ଦେଇ ଆଂଚଳିକ ପରିବହନ କାର୍ଯ୍ୟାଳୟ, ବିଭିନ୍ନ ପୁଲିସ ଥାନା ସମ୍ମୁଖ ଦେଇ ଯାଆସ କରୁଥିଲେ ହେଁ ଦିନକ ବି ଏସବୁର ପରମିଟ୍, ଯାତ୍ରୀ ଓ କାଗଜପତ୍ରର ଯାଂଚ୍ କରାଯାଉନାହିଁ।
ଏସବୁ ବସ୍ ଗୁଡିକ ଟୁରିଷ୍ଟ ପରମିଟରେ ଚାଳୁଛି। ଖାସ୍ କରି ଏହି ବସ୍ ଦାଦନ ଶ୍ରମିକ ଚାଲାଣର ପ୍ରମୁଖ ମାଧ୍ୟମ ସାଜିଛି। ଏସବୁ ବସରେ ୪୦ ଜଣ ବସି ଯିବା ସ୍ଥାନରେ ୧୨୦ ଜଣ ଯାଏଁ ଯାତ୍ରୀ ବିପଦସଂକୁଳ ଅବସ୍ଥାରେ ପରିବହନ କରାଯାଉଛି। ଯଦି କିଛି ଅଘଟଣ ହେଲେ କିଏ ଉତର ଦାୟୀ ଉଠିଛି ପ୍ରଶ୍ନ।