ଭୁବନେଶ୍ବର( ଏସ୍ ନ୍ୟୁଜ ): ଆଇଏଫଏସ ଅଭୟକାନ୍ତ ପାଠକ ଗିରଫ ମାମଲାରେ ଖୋଳତାଡ ଜାରି ରହିଛି । ଏହାରି ମଧ୍ୟରେ ଆଜି ଭିଜିଲାନ୍ସ ନିକଟରେ ହାଜର ହୋଇଛନ୍ତି ଅଭୟ ପାଠକଙ୍କ ଡ୍ରାଇଭର । ଡ୍ରାଇଭର କୁମାରାତକୁ ପଚରାଉଚରା କରିବ ଏସଆଇଟି । ଡ୍ରାଇଭରକୁ କାଲି ହାଜର ପାଇଁ କଲ୍ କରିଥିଲା ଏସଆଇଟି ।
ଡ୍ରାଇଭରକୁ ଜେରା ସମୟରେ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଆଶା ରହିଛି । ପୂର୍ବରୁ ଚଢ଼ାଉ ବେଳେ ଡ୍ରାଇଭରଙ୍କ ଘରୁ ୨୦ ଲକ୍ଷ ଟଙ୍କା ଜବତ ହୋଇଥିଲା । ଅନ୍ୟପଟେ ଏହି ମାମଲା ସହ ସମୃକ୍ତ ୫ ବ୍ୟାଙ୍କ ର୍କମଚାରୀ ମଧ୍ୟ ଭିଜିଲାନ୍ସରେ ହାଜର ହୋଇଛନ୍ତି ।