ପଟିଆ ପିଏନବି ଏଟିଏମ୍ ଲୁଟ୍ ଘଟଣା:ଭାଇଜାଗ୍‌ରୁ ୨ ଗିରଫ

ଭୁବନେଶ୍ୱର : ପଞ୍ଜାବ ନେସନାଲ ବ୍ୟାଙ୍କର ଏଟିଏମ ଲୁଟ୍ ଘଟଣାର ଗିରଫ ହୋଇଛନ୍ତି ଲୁଟେରା ଗ୍ୟାଙ୍ଗ୍ । ଭୁବନେଶ୍ୱର ପଟିଆରେ ଥିବା ପଞ୍ଜାବ ନେସନାଲ ବ୍ୟାଙ୍କରୁ ଏହି ଲୁଟ୍ ହୋଇଥିଲା । ଭାଇଜାଗରୁ ଧରାପଡ଼ିଛନ୍ତି ଏଟିଏମ୍ ଲୁଟେରା ଗ୍ୟାଙ୍ଗ୍ ଏନେଇ କମିସନରେଟ୍ ପୁଲିସ ସୂଚନା ଦେଇଛନ୍ତି । ଗିରଫ ଦୁଇ ଲୁଟେରା ହେଉଛନ୍ତି ସମର ଜ୍ୟୋତ୍ ସିଂ ଏବଂ ଜାଫର ସାଦ୍ଦିକ୍ । ସମରଙ୍କ ଘର ପଂଜାବ, ଜାଫରଙ୍କ ଘର କୋଲକାତାରେ । ଏମାନେ ବେଙ୍ଗଲୁରୁରେ ରହି ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ଚଳାଉଥିଲେ । ଗୋଟିଏ ସହରରେ ଲୁଟ୍ କରିବା ପରେ ଏମାନେ ବିମାନରେ ଘୁରି ବୁଲୁଥିଲେ ସହରରୁ ସହର ।

ଅନ୍ୟପଟେ ସମାନ ଢଙ୍ଗରେ ଭାଇଜାଗରେ ଲୁଟ୍ ବେଳେ ଧରାପଡିଛନ୍ତି ଆନ୍ଧ୍ର ପୁଲିସ ହାତରେ । ଆଗକୁ ଏହି ଦୁଇ ଲୁଟେରାଙ୍କୁ ଆନ୍ଧ୍ର ପୁଲିସ ଠାରୁ ଟ୍ରାଂଜିଟ୍ ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ କରାଯିବ ବୋଲି ପୁଲିସ୍‌ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି । ପଂଜାବ ପିଏନବି ଏଟିଏମରେ ଥିବା ସିସିଟିଭି, ସହରରେ ଥିବା ଅନ୍ୟ ସ୍ଥାନର ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଗତ ମାସରେ ହୋଇଥିବା ଏହି ଏଟିଏମ୍ ଲୁଟରେ ପ୍ରାୟ ୨୭ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିଲା ।