ଭୁବନେଶ୍ୱର: ତେଲ ଦରରେ ବ୍ରେକ୍ ଲାଗୁନି । ଦିନକୁ ଦିନ ବଢୁଛି ପେଟ୍ରୋଲ ଡିଜେଲ ଦର । ଗତ ଦୁଇଦିନ ଧରି ତୈଳ ଦର ସ୍ଥିର ରହିବା ପରେ ଆଜି ପୁଣି ବଢିଲା ତୈଳ ଦର । ପେଟ୍ରୋଲ ମୂଲ୍ୟ ଲିଟର ପିଛା ୫୮ ପଇସା ବୃଦ୍ଧି ପାଇଛି । ସେହିଭଳି ଡିଜେଲ ଦର ୩୫ ପଇସା ବୃଦ୍ଧି ପାଇଛି । ମାଲକାନଗିରି କାଲିମେଳାରେ ପେଟ୍ରୋଲ ଦର ୧୧୫ ଟଙ୍କା ୫୨ ପଇସାରେ ପହଞ୍ଚିଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୮ ଟଙ୍କା ୯୦ ପଇସା । ସେହିଭଳି କଟକରେ ପେଟ୍ରୋଲ ଦର ୧୦୯ଟଙ୍କା ୨୫ ପଇସା| ଏହାରି ମଧ୍ୟରେ ଅନେକ ସ୍ଥାନରେ ପେଟ୍ରୋଲ ଦର ୧୦ ଟଙ୍କା ଟପିଗଲାଣି । ଯାହା ଗରିବ ଏବଂ ମଧ୍ୟବିତ ଲୋକଙ୍କ ପକେଟ ଉପରେ ବଡ ପ୍ରଭାବ ପକାଉଛି । ଗତ କିଛିଦିନ ତଳେ ଡିଜେଲ ଦର ବୃଦ୍ଧି କାରଣରୁ ବସ୍ ଭଡାକୁ ବୃଦ୍ଧି କରାଯାଇଥିଲା । ଯଦି ଏହିଭଳି ଭାବେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇବ ତେବେ ପୁଣି ବସ ଭଡା ବଢିବ । କମ୍ ଟଙ୍କା ରୋଜଗାର କରୁଥିବା ସାଧାରଣ ଲୋକେ ଯେଉଁମାନେ ବସରେ ଜାତାୟତ କରୁଛନ୍ତି, ସେମାନଙ୍କ ଉପରେ ବଡ ପ୍ରଭାବ ପଡିବ ନିଶ୍ଚୟ