ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ଯୁକ୍ତ ୩ କଟ୍ ଅଫ୍ ମାର୍କ

ଭୁବନେଶ୍ୱେର( ଏସ୍ ନ୍ଯୁଜ ): ୨୦୨୦-୨୧ ଶିକ୍ଷାବର୍ଷରେ ଓଡିଶାର ଡିଗ୍ରି କଲେଜ ଗୁଡିକରେ ନାମ ଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ । ପୂର୍ବାହ୍ନ ୧୧ଟାରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇ ଥିବା ବେଳେ ଛାତ୍ରଛାତ୍ରୀ ମାନେ ସୋମବାର ୨୮ସେପ୍ଟେମବର୍ ଠାରୁ ୧ ଅକ୍ଟୋବର ରାତି ୧୧.୪୫ ପର୍ଯ୍ୟନ୍ତ ଆଡମିଶନ କରି ପାରିବେ ।

ତେବେ ନାମ ଲେଖାଇବା ପ୍ରକ୍ରିୟା ଅନ୍ ଲାଇନ୍ ମାଧ୍ୟମରେ ହେବ । ଏଥି ସହ ଅନ୍ ଲାଇନ୍ ଜରିଆରେ ଫି’ ଦାଖଲ କରିବେ ଛାତ୍ରଛାତ୍ରୀ । ଅକ୍ଟୋବର୍ ୩ ରେ ପ୍ରଥମ ପର୍ଯ୍ୟାୟ ନାମ ଲେଖା ସମ୍ପର୍କିତ ସବିଶେଷ ତଥ୍ୟ ସାମ୍ସ୍ ୱେବ୍ ସାଇଟ୍ ରେ ଉପଲବ୍ଧ ହେବ ।

ପ୍ରକାଶ ପାଇଥିବା ପ୍ରଥମ କଟ୍ ଅଫ୍ ଲିଷ୍ଟ୍ ରେ ସମସ୍ତ ବିଭାଗରେ ଶୀର୍ଷ ରେ ଅଛି ବିଜେବି କଲେଜ। କଳା ବିଭାଗରେ ଭୂଗୋଳ (୯୩%), ବିଜ୍ଞାନ ବିଭାଗରେ ଗଣିତ(୯୫.୩%) ଓ ପ୍ରାଣୀ ବିଜ୍ଞାନ (୯୫.୫%) କଟ୍ ଅଫ୍ ଯାଇଛି । ଏହାସହ ବାଣିଜ୍ୟ ରେ କଟ୍ଅଫ୍ ୯୮.୬୭% ଥିବା ସୂଚନା ମିଳିଛି ।

ଚଳିତ ଶିକ୍ଷା ବର୍ଷରେ କଳା ବିଭାଗରେ ୧,୩୯,୦୨୫ , ଭୌତିକ ବିଜ୍ଞାନରେ ୪୨,୨୩୪ , ଜୀବ ବିଜ୍ଞାନ ରେ ୨୬,୬୧୦ , ବାଣିଜ୍ୟରେ ୩୧,୧୪୯ , ସଂସ୍କୃତରେ ୯୧୧୬ ଏବଂ ସ୍ୱବିତ୍ତ ବିଭାଗରେ ୧୬୬୬ ଟି ସିଟ୍ ରେ ନାମ ଲେଖା ହେବ । ମୋଟ୍ ୧୦୨୯ ଟି କଲେଜରେ ନାମ ଲେଖା ହେବାକୁ ଥିବା ବେଳେ ୨,୪୯,୭୯୦ ଟି ସିଟ୍ ପାଇଁ ୨,୨୭,୯୯୬ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ।

ତେବେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଅକ୍ଟୋବର ୮ ରେ ପ୍ରକାଶ ପାଇବାକୁ ଥିବା ବେଳେ ନାମ ଲେଖା ପ୍ରକ୍ରିୟା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ପରେ ସ୍ପଟ୍ ନାମ ଲେଖା ପାଇଁ କଲେଜ୍ ଗୁଡିକୁ ଅଲଗା ଗାଇଡ୍ ଲାଇନ୍ ପଠାଯିବ । ଏ ନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗ ।