ପୋଲିସ ପଞ୍ଝାରେ ୧୪ ପତ୍ନୀ ଥିବା ରସିକିଆ ନକଲି ଡାକ୍ତର

ଭୁବନେଶ୍ୱର,(ଏସ୍‌ ନ୍ୟୁଜ୍‌) : ୧୪ ଯୁବତୀଙ୍କୁ ବିବାହ କରି ପୋଲିସ ହାତରେ ପଧରାପଡିଲା ରସିକିଆ ନକଲି ଡାକ୍ତର ବାବୁ । ନିଜକୁ ଡାକ୍ତର କହି ଲୋକଙ୍କୁ କୋଟି କୋଟି ଠକୁଥିବା ରସିକିଆ ଡାକ୍ତରକୁ ଗିରଫ କରିଛି କମିଶନରେଟ ପୋଲିସ। ଅନ୍ୟପକ୍ଷରେ ରସିକିଆ ଡାକ୍ତର ବାବୁ ୧୪ ଜଣ ଯୁବତୀଙ୍କୁ ବିବାହ କରି ଲକ୍ଷାଧିକ ଟଙ୍କା ଲୁଟିଥିବାର ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ ନିଜକୁ ହୋମିଓପାଥି ଡାକ୍ତର ପରିଚୟ ଦେଇ ଡାକ୍ତର ରମେଶ ଦୀର୍ଘ ୨୦ ବର୍ଷ ହେବ କୋଟି କୋଟି ଟଙ୍କା ଠକେଇ କରି ଆସୁଛି୫ ରାଜ୍ୟରେ ୧୪ ପତ୍ନୀ ରହିଥିବା ଜଣାପଡିଛି । ସ୍ତ୍ରୀମାନେ କେହି କାହା ବିଷୟରେ ଜାଣି ନାହାନ୍ତି । ସେହିପରି ୧୪ ପତ୍ନୀଙ୍କ ମଧ୍ୟରେ ଅଛନ୍ତି ଡାକ୍ତର, ଓକିଲ ଓ ମଡେଲ । ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଓଡିଶାରେ ଏହି ନକଲି ଡାକ୍ତରର ଲିଙ୍କ ରହିଛି ବୋଲି ସୂଚନା ମିଳିଛି । ଏହି ନକଲି ରସିକିଆ ଡାକ୍ତର ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ଭଗବାନପୁରର ରମେଶ ଚନ୍ଦ୍ର ସ୍ୱାଇଁ ।