ରାଷ୍ଟ୍ରପତିଙ୍କ ବିଧାନସଭା ଗସ୍ତ ପୂର୍ବରୁ ସୁରକ୍ଷା ଯାଞ୍ଚ କଲେ ପୁଲିସ କମିସନର

ମହାମହିମ ରାଷ୍ଟ୍ରପତିଙ୍କ ବିଧାନସଭା…

ମହାମହିମ ରାଷ୍ଟ୍ରପତିଙ୍କ ବିଧାନସଭା ଗସ୍ତ ପୂର୍ବରୁ ସୁରକ୍ଷା ଯାଞ୍ଚ କଲେ ପୁଲିସ କମିସନର। ଆସନ୍ତା ୨୭ ତାରିଖରୁ ୧୭ତମ ବିଧାନସଭାର ୫ମ ଅଧିବେଶନ ଅର୍ଥାତ ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ୨୭ ତାରିଖ (ଗୁରୁବାର) ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗଦେଇ ବିଧାନସଭାକୁ ସମ୍ବୋଧନ କରିବେ ।

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ବିଧାନସଭା ଓ ଆଖପାଖ ଅଞ୍ଚଳର ସୁରକ୍ଷା ଯାଞ୍ଚ କରିଛନ୍ତି ଦୈତ୍ୟନଗରୀ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ । କମିସନର ଶ୍ରୀ ସିଂ କହିଛନ୍ତି, ବିଧାନସଭା ସମ୍ପୂର୍ଣ୍ଣ ତ୍ରୀସ୍ତରୀୟ ସୁରକ୍ଷା ବଳୟରେ ରହିବ । ବ୍ଲୁ ବୁକ ଗାଇଡଲାଇନ ଅନୁସାରେ ବିଧାନସଭା ଅଞ୍ଚଳରେ ସୁରକ୍ଷା କଡାକଡି କରାଯିବ । ସୁରକ୍ଷା ପାଇଁ ୩୩ ପ୍ଲାଟୁନ ପୁଲିସ ବଳ ମୃତୟନ ହେବେ ଏବଂ ବିଭିନ୍ନ ସ୍ଥାନରେ ନଜର ରଖିବା ପାଇଁ ସିସିଟିଭି ଲଗାଯିବ