ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ

ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ । ୯ ଜଣ ଅଟକ ଥିବା ବେଳେ ୩ଟି ବାଇକ୍….

ସୋର: ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ । ୯ ଜଣ ଅଟକ ଥିବା ବେଳେ ୩ଟି ବାଇକ୍ ଓ ଲକ୍ଷାଧିକ ଟଙ୍କା ଜବତ ହୋଇଛି । ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ସ୍ଥିତ ଏକ ହୋଟେଲରେ ଜୁଆ ଖେଳ ଚାଲିଥିବା ଖବର ପାଇ ସୋର ପୋଲିସ ଚଢାଉ କରିଥିଲା । ପୋଲିସ ୯ଜଣଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କା ଜବତ କରିଛି । ସୋର ବରଫ କଳ ଛକ ନିକଟସ୍ଥ ଲିଓ ସାଇ ପ୍ୟାଲେସ୍ ନାମକ ଏକ ହୋଟେଲରେ ଦୀର୍ଘ ଦିନ ହେବ ଜୁଆ ଖେଳ ସହ ବିଭିନ୍ନ ବେଆଇନ କାମ ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ଗୁରୁବାର ରାତିରେ ସୋର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଲିଓ ସାଇ ପ୍ୟାଲେସ ଉପରେ ଅତର୍କିତ ଚଢାଉ କରିଥିଲା । ଲକ୍ଷାଧିକ ଟଙ୍କା ସହ ୯ଜଣ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖି ପଚରା ଉଚରା କରୁଛନ୍ତି ।