ପୋଲିସର ଚଢ଼ାଉ ୭ ବାଲି ବୋଝେଇ ଟ୍ରାକ୍ଟର ଜବତ

ଜଳେଶ୍ୱର,: ସୁବର୍ଣ୍ଣରେଖା ନଦୀରୁ ବାଲି ଉତ୍ତୋଳନ କରି ଚୋରା ଚାଲାଣ ବେଳେ ପୋଲିସ ର ଚଢ଼ାଉ ୭ ବାଲି ବୋଝେଇ ଟ୍ରାକ୍ଟର ଜବତ।ସୁବର୍ଣ୍ଣରେଖା ନଦୀର ବାଲି ସୁନା ପାଲଟିଛି।ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅଞ୍ଚଳରେ  ମାଫିଆମାନେ ଦିନ ରାତି ବାଲି ଉତ୍ତୋଳନ କରି ପଶ୍ଚିମବଙ୍ଗକୁ ଚୋରା ଚାଲଣ କରି ମୋଟା ଅଙ୍କର ଅର୍ଥ ଉପାର୍ଜନ କରୁଥିଲା ବେଳେ ରାଜ୍ୟ କୋଟି କୋଟି ଟଙ୍କା ରାଜସ୍ବ ହରାଉଛି।ତେବେ ରବିବାର ଭୋର ସମୟରେ ଜଳେଶ୍ୱର ସହର ମଧ୍ୟ ଦେଇ ଟ୍ରାକ୍ଟରରେ ବାଲି ଚୋରା ଚାଲାଣ ହେଉଥିଲା ବେଳେ ଜଳେଶ୍ୱର ପୋଲିସ ଚଢ଼ାଉ କରିଥିଲା।

ଚଢ଼ାଉ ସମୟରେ ୭ ଟି ବାଲି ବୋଝେଇ ଟ୍ରାକ୍ଟରେ କୌଣସି ଅର୍ଜିନାଲ କାଗଜ ପତ୍ର ନ ଥିବାରୁ ସେଗୁଡିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ।ତେବେ ପ୍ରତ୍ୟେକ ଦିନ ସୁବର୍ଣ୍ଣରେଖା ନଦୀର ଶିଖରପୁର, ବଜାରଶୋଳ, ମହୁଲିଆ, ପେଣ୍ଡରାସାହି, ଗୋପ ଇତ୍ୟାଦି ସ୍ଥାନରୁ ହଜାର ହଜାର ଟ୍ରାକ୍ଟର ବାଲି ଦିନରାତି ଜଳେଶ୍ୱର ବଜାର ଭିତର ଦେଇ ପଶ୍ଚିମବଙ୍ଗ କୁ ଯାଉଛି।ପୋଲିସର ଚଢ଼ାଉ ୭ ବାଲି ବୋଝେଇ ଟ୍ରାକ୍ଟର ଜବତ।